କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା । ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ପଚରାଉଚରା କରିବାକୁ ଡିଏଫଓ ଅଫିସରେ ପଂହଚିଛି କ୍ରାଇମବ୍ରାଂଚ ଓ ପୁଲିସ । ଏହି ମୃତ୍ୟୁ ଘଟଣାରେ ଡିଏଫଓଙ୍କୁ ନେଇ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ । ଏପରିିକି ବିଦ୍ୟାଭାରତୀଙ୍କ ସହ ସମ୍ପର୍କ ଥିବା ନେଇ ବି ସୌମ୍ୟଙ୍କ ପରିବାର ଲୋକେ ପ୍ରଶ୍ନ ଉଠାଇଥିଲେ ।
ଏସବୁ ଭିତରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି ଜେରା କରୁଛି ପୁଲିସ ଓ କ୍ରାଇମବ୍ରାଂଚ । ଡିଏଫଓ ଆଜି ଅଫିସ ଆସିବା ପାଇଁ ପୁଲିସକୁ ସୁରକ୍ଷା ମାଗିଥିଲେ । ସୌମ୍ୟଙ୍କ ମୃତ୍ୟୁ ପରେ ଡିଏଫଓଙ୍କ କିଛି ଦିନ ଧରି ଖୋଜଖବର ନଥିଲା ଏବଂ ସେ ଅଫିସ ମଧ୍ୟ ଆସୁନଥିଲେ । ପୂର୍ବରୁ ଡିଏଫଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଏହି ମାମଲାରେ ତାଙ୍କର କୌଣସି ହାତ ନାହଁ ଏବଂ ସୌମ୍ୟଙ୍କ ସହ ତାଙ୍କର ଅଫିସ ସମ୍ପର୍କିତ ସମ୍ପର୍କ ରହିଥିଲା ।