ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାସଲା : ଆମ୍ବୁଲାନ୍ସ ଡ଼୍ରାଇଭରକୁ ପଚରା ଉଚରା କଲେ କ୍ରାଇମବ୍ରାଂଚ ଓ ପୋଲିସ

580

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାବେଳେ ଆଜି ଆମ୍ବୁଲାନ୍ସ ଡ୍ରାଇଭରକୁ ପଚରାଉଚରା କରିଛନ୍ତି କ୍ରାଇମବ୍ରାଂଚ ଓ ପୁଲିସ । ଏହି ଆମ୍ବୁଲାନ୍ସରେ ପୋଡିହେବା ପରେ ସୌମ୍ୟରଞ୍ଜନକୁ ଆମ୍ବୁଲାନ୍ସରେ ନିଆଯାଇଥିଲା । ପୋଡିିହେବା ପରେ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ଏସିଏଫସୌମ୍ୟରଞ୍ଜନ ମହାପାତ୍ରଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ନିଆଯିବାବେଳେ ବାଟରେ ଆମ୍ବୁଲାନ୍ସ ଅଟକିଥିଲା ।

ଗତକାଲି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ନେଇ ବଡ ସୁରାକ ମିଳିଥିବା ଦାବି କରିଥିଲା ପୁଲିସ । ଯେଉଁ ଘରେ ସୌମ୍ୟରଞ୍ଜନଙ୍କ ରହସ୍ୟମୟ ମୃତ୍ୟୁ ହୋଇଥିଲା, ଗତକାଲି ସେହି ଘରେ ପଂହଚି ତନ୍ନ ତନ୍ନ ଯାଂଚ କରିବା ପରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲା କ୍ରାଇମବ୍ରାଂଚ ଓ ପାରଳାଖେମୁଣ୍ଡି ପୁଲିସ । ସୌମ୍ୟରଞ୍ଜନଙ୍କ ବାସଭବନରେ ତାଙ୍କ ଦେହରେ ନିଆଁ ଲାଗିଥିଲା ନା ଅନ୍ୟ ସ୍ଥାନରେ ଅଘଟଣ ଘଟାଇ ବାସଭବନରେ ଅନ୍ତିମ ରୂପ ଦିଆଯାଇଥିଲା, ଏହା ମଧ୍ୟ ଜାଣିବା ପାଇଁ ବାସଭବନ ଭିତରେ ସବୁ ଦିଗରୁ ଅନୁଧ୍ୟାନ କରାଯାଇଥିଲା ।  ଏହାପରେ କ୍ରାଇମବ୍ରାଂଚ ଅଧିକାରୀ କହଥିଲେ, ଘର ଭିତରେ ହିଁ ପୋଡି ହୋଇଛନ୍ତି ସୌମ୍ୟରଞ୍ଜନ ।