କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ମତ୍ୟୁ ମାମଲାରେ ଆଜି କ୍ରାଇମସିନ୍ ବୁଲି ଦେଖିବ କ୍ରାଇମବ୍ରାଂଚ । ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ସରକାରୀ କ୍ୱାର୍ଟରକୁ ମଧ୍ୟ ଯିବ କ୍ରାଇମବ୍ରାଂଚ ଟିମ୍ । ଯେଉଁ ସ୍ଥାନରେ ପୋଡିହୋଇ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା, ସେହିଠାରେ ପୋଲିସ ଉପସ୍ଥିତିରେ କ୍ରାଇମ ସିନ କରାଯିବ । ଏହା ଛଡା ଡିଏଫ ଏବଂ ଗୁରାଣ୍ଡି ଥାନାର ମହିଳା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରାଯିବ ।

Advertisment

ଉଭୟ ଡିଏଫଓ ଏବଂ ମମତା ପଣ୍ଡାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ସନ୍ଦେହ ପ୍ରକାଶ କରିଥିବାରୁ ପୋଲିସ ଓ କ୍ରାଇମବ୍ରାଂଚ ମିଳିତ ଭାବେ ପଚରା ଉଚୁରା କରିବେ ବୋଲି ଜଣାପଡିଛି । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ଡିଏଫଓଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । ସେହିପରି ଘଟଣାଦିନ ଗୁରୁତର ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଅଟକାଇବାରେ ମମତା ପଣ୍ଡାଙ୍କ ଭୂମିକା ରହିଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା ।