ନ୍ୟାୟ ପାଇଁ ଦୌଡି ଦୌଡି ନୟାନ୍ତ ! ପୁଣି ତାରିଖ ଦେଲେ ମାନବାଧିକାର କମିଶନ, କେବେ ମିଳିବ ଅନଙ୍ଗମଞ୍ଜରୀଙ୍କୁ ନ୍ୟାୟ ?

49

କନକ ବ୍ୟୁରୋ : ତାରିଖ ପରେ ତାରିଖ । ବାରମ୍ବାର ତାରିଖ ଦେଇ ଚାଲୁଛନ୍ତି କୋର୍ଟ । ଗଂଜାମରୁ ଭୁବନେଶ୍ୱର । କ୍ରାଇମବ୍ରାଂଚ୍ ଅଫିସରରୁ ମାନବାଧିକାର କମିଶନ । ଏମିତି କି ନ୍ୟାୟ ପାଇଁ ନବୀନ ନିବାସରେ ବି ଫେରାଦ ହୋଇଛନ୍ତି । ହେଲେ ଗୋଟିଏ ବର୍ଷରୁ ଅଧିକ ସମୟ ହୋଇଯାଇଥିଲେ ବି ପାରଳା ଗଣହତ୍ୟା ଘଟଣାର ସତ୍ୟ ନା’ ସାମ୍ନାକୁ ଆସୁଛି ନାଁ ପରିବାର ଲୋକଙ୍କୁ ନ୍ୟାୟ ମିଳୁଛି । ସାତ-ସାତ ଥର ମାନବାଧିକାର କମିଶନ ପାଖରେ ଫେରାଦ ହୋଇଥିଲେ ସୁଦ୍ଧା ମିଳୁଛି କେବଳ ତାରିଖ । ପାରଳା ଗଣ ଆତ୍ମହତ୍ୟାକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି ।

ନ୍ୟାୟ ଅପେକ୍ଷାରେ ଅନଙ୍ଗମଂଜୁରୀ ପରିବାର । ବାର ଦୁଆର ବାର ପିଣ୍ଡା ବଲିୁ ବୁଲି ନୟାନ୍ତ ହୋଇଗଲେଣି ପରିବାର ବର୍ଗ । ନବୀନ ନବିାସଠାରୁ ଆରମ୍ଭ କରି ସ୍ଥାନୀୟ ପୋଲିସ, କ୍ରାଇମବ୍ରାଂଚ ଓ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଫେରାଦ ହେଲେଣି , ହେଲେ କେହି ତାଙ୍କ ନ୍ୟାୟ ଦେଇପାରୁନାହାନ୍ତି । ପାରଳା ଗଣ ଆତ୍ମହତ୍ୟାର ବର୍ଷେ ବିତିଯାଇଥିଲେ ମଧ୍ୟ ଦୋଷୀଙ୍କୁ ଦଣ୍ଡ ଦେବାରେ ବିଫଳ ହୋଇଛନ୍ତି ଏମାନେ ।

ନ୍ୟାୟ ପାଇଁ ସାତ ଥର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲେଣି ଅନଙ୍ଗମଂଜରୀଙ୍କ ପରିବାର ବର୍ଗ । ହେଲେ ଏପର୍ଯ୍ୟନ୍ତ ହୋଇପାରୁନି ମାମଲାର ଶୁଣାଣୀ । ସାତ ଥର ମଧ୍ୟରୁ ୪ ଥର ଶୁଣାଣୀର ତାରିଖ ଘୁଞ୍ଚିିଛି ଆଉ ୩ ଥର କମିଶନ ଅନୁପସ୍ଥିତି ରହିଛନ୍ତି । ଏପଟେ ମାନବଧିକାର କମିଶନ କହୁଛନ୍ତି କ୍ରାଇମବ୍ରାଂଚ ଫାଇନାଲ ରିପୋର୍ଟ ଦେଇନି, ଯାହା ଫଳରେ ମାମଲାର ଶୁଣାଣୀ ହୋଇପାରୁନି ।

ତେବେ ଏସବୁ ଭିତରେ ପାରଳା ଗଣହତ୍ୟାର ମାମଲାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିିଁକି ଶୁଣାଣୀରେ ବିଳମ୍ବ ହେଉଛି । କାହିଁକି କ୍ରାଇମବ୍ରାଞ୍ଚ ଫାଇନାଲ ରିପୋର୍ଟ ଦେଉନି । ଏହାଛଡା କ୍ରାଇମବ୍ରାଞ୍ଚ ପାରଳା ରାଜାଙ୍କର ବୟାନ କାହିଁକି ରେକର୍ଡ କରୁନି ଏବଂ ସବୁଠୁ ବଡ ପ୍ରଶ୍ନ କେବେ ଅନଙ୍ଗମଞ୍ଜରୀଙ୍କ ପରିବାରକୁ ନ୍ୟାୟ ମିଳିବ ।
ପାରଳା ଆତ୍ମହତ୍ୟାର ପରିବାରବର୍ଗଙ୍କୁ ଯଦି ନ୍ୟାୟ ନମିଳେ ଆଉ ଦୋଷୀଙ୍କୁ କାଠଗଡାକୁ ଟଣାନହୁଏ ତାହା ହେଲେ ଆଗାମୀ ଦିନରେ ସିବିଆଇରେ ହାଜର ହେବେ ପରିବାର ଲୋକେ କହିଛନ୍ତି ।