କନକ ନ୍ୟୁଜର କଥା ସତ ହେଲା । ରାଜା ନଥିଲେ ନଜରବନ୍ଦୀ । ରାଜଙ୍କ ନଜରବନ୍ଦୀ ପ୍ରସଙ୍ଗ ଉପରୁୁ ଧୀରେ ଧୀରେ ପରଦା ହଟିବାରେ ଲାଗିଛି । ଆଉ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣାଂଚଳ ଆଇଜି ଅମିତାଭ ଠାକୁର । ସେ କହିଛନ୍ତି ରାଜା ତାଙ୍କ ସୁରକ୍ଷା ନେଇ ତତ୍କାଳୀନ ଏସପିଙ୍କୁ ଚିଠି ଲେଖିଥିଲେ । ସେହି ଚିଠିରେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା କଥା ରାଜା ଲେଖିଥିଲେ । ତେଣୁ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଚିଠିରେ ଅନୁରୋଧ କରିଥିଲେ । ଏବଂ ସେହି ଆଧାରରେ ରାଜାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଗତ କିଛି ମାସ ଧରି ରାଜପ୍ରସାଦରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବୋଲି କହିଛନ୍ତି ଠାକୁର।
ପାରଳା ମହାରାଜାଙ୍କୁ ନଜର ବନ୍ଦୀ ରଖାଯାଇ ନଥିଲା : ଅମିତାଭ ଠାକୁର
/kanak/media/post_attachments/wp-content/uploads/2016/08/Screen-shot-2016-08-25-at-3.01.53-PM.png)