ପାରଳାଖଖେମୁଣ୍ଡି : ପାରଳାଖେମୁଣ୍ଡି ରାଜପ୍ରାସାଦ ଭିତରର ଦୃଶ୍ୟ। ମହାରାଜା ଗୋପୀନାଥ ଗଜପତିଙ୍କ ଚାରିଆଡେ ଘେରିଯାଇଛନ୍ତି ସ୍ଥାନୀୟ ଲୋକ। ଏବେ ଜାଣିବାକୁ ଦାବି କରୁଛନ୍ତି, କାହିଁକି ତାଙ୍କୁ ଏକୁଟିଆ ପ୍ରାସାଦ ଭିତରେ ବନ୍ଦ କରି ରଖାଯାଇଛି ଏବଂ ତାଙ୍କର କଣ ଚିକିତ୍ସା କରାଯାଉଛି। ଲୋକଙ୍କର ଅଭିଯୋଗ ହେଉଛି, ରାଜାଙ୍କ ପାଖରେ ରହୁଥିବା କିଛି ବ୍ୟକ୍ତି ତାଙ୍କ ସଂପତି ଲୋଭରେ ରାଜାଙ୍କୁ ନଜରବନ୍ଦ କରି ରଖିଛନ୍ତି।

Advertisment

ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବ ଅସୁସ୍ଥ ଅଛନ୍ତି ଏବଂ ତାଙ୍କୁ ପ୍ରାସାଦ ବନ୍ଦୀ କରି ରଖାଯାଇଛି ବୋଲି ଗୁଜବ ଖେଳିଯିବା ପରେ ଭିଡ ଜମିଥିଲା ରାଜପ୍ରାସାଦ ଆଗରେ। ଲୋକେ ଦାବି କରିଥିଲେ, ରାଜାଙ୍କୁ ଭେଟିବାକୁ ଦିଅ। ଶେଷରେ ରାଜପ୍ରାସାଦର କବାଟ ଖୋଲିଲା ଓ ରାଜା ଗୋପୀନାଥ ଗଜପତିଙ୍କ ସହ ସାକ୍ଷାତ ପାଇଁ ସୁଯୋଗ ଦିଆଯାଇଥିଲା। ଦେଖିବାକୁ ମିଳିଲା, ୭୬ ବର୍ଷିୟ ରାଜା ଗୋପୀନାଥ ଗଜପତି ସୁସ୍ଥ ଦେଖାଯାଉଛନ୍ତି କିନ୍ତୁ ସ୍ପଷ୍ଟ ଭାବରେ କଥା କହିପାରୁନାହାନ୍ତି।

ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦେହାନ୍ତ ପରେ ୧୯୭୪ ମସିହାରେ ଗୋପୀନାଥ ଗଜପତିଙ୍କର ରାଜ୍ୟାଭିଷେକ ହୋଇଥିଲା। ଏହା ପରେ ସେ ୧୯୮୯ ଓ ୧୯୯୧ରେ ଦୁଇଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।