କଟକରେ ବୁଲୁଛି କି ପାରାଦୀପର ସାଇକୋ କିଲର? ପାରାଦୀପ ଜଘନ୍ୟ ହତ୍ୟାକାଣ୍ଡକୁ ମାସେ ପୁରିବାକୁ ବସିଲାଣି, କିନ୍ତୁ ଏଯାଏଁ ପୋଲିସ ହାତ ଖାଲି ।

247

କନକ ବ୍ୟୁରୋ : କଟକ ସାଇକୋ କିଲର୍ ଘଟଣାରେ ଏଯାଏଁ ପୁଲିସ୍ ହାତ ଖାଲି । କିଏ ହତ୍ୟା କଲା, କାହିଁକି ହତ୍ୟାକଲା, ସେ ସଂପର୍କରେ ପୁଲିସ୍ର କେବଳ ଗୋଟିଏ ଉତର-ତଦନ୍ତ ଚାଲିଛି । ଆଉ ଏସବୁ ଭିତରେ ପାରଦୀପ ହତ୍ୟାକାଣ୍ଡ ସହ କଟକ ମର୍ଡର ସାମଞ୍ଜସ୍ୟ ଥିବା ଅନୁମାନ କରାଯାଉଛି । କାରଣ ଉଭୟ ସ୍ଥାନରେ ନିରାଶ୍ରୟଙ୍କ ଉପରେ ଆକ୍ରମଣ କରୁଛି ଏହି ସାଇକୋ କିଲର ।

ପାରାଦୀପ ନେହେରୁ ବଙ୍ଗଳା ଅଂଚଳରେ ହୋଇଥିବା ଦୁଇ ଦୁଇଟି ଜଘନ୍ୟ ହତ୍ୟାକାଣ୍ଡକୁ ମାସେ ପୁରିବାକୁ ବସିଲାଣି, ହେଲେ ଏଯାଏଁ ଏହି ଦୁଇଟି ହତ୍ୟାକାଣ୍ଡର ଟେର୍ ବି ପାଉନି ପୁଲିସ । ଆଉ ଏହି ଘଟଣାର କିଛି ଦିନ ପରେ ଜଗତସିଂପୁର ଜିଲ୍ଲାର ପଡୋଶୀ ଜିଲ୍ଲା, କଟକରେ ଘଟିଛି ଏଭଳି ତିନୋଟି ହତ୍ୟାକାଣ୍ଡ ଯାହାକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା ।

ଦୁଇଟି ସହରରେ ହୋଇଥିବା ୫ଟି ହତ୍ୟାକାଣ୍ଡ ଭିତରେ ରହିଛି ଗୋଟିଏ ସମାନତା । ସମସ୍ତ ୫ଟି ହତ୍ୟାକାଣ୍ଡରେ ହତ୍ୟାକାରୀ ନିରାଶ୍ରୟଙ୍କ ଉପରେ ଆକ୍ରମଣ କରିଛି । ପାରଦୀପରେ ଦୁଇ ଜଣ ମାନସିକ ବିକାରଗ୍ରସ୍ତଙ୍କୁ ହତ୍ୟା କରିଥିବା ବେଳେ କଟକରେ ୩ଜଣଙ୍କ ଜୀବନ ନେଇଛି । ଏପଟେ ପାରାଦୀପ ଘଟଣାରେ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇନି ପୁଲିସ ।

ଏପଟେ ତଦନ୍ତ ବାହାନାରେ ଯେମିତି ହାତ ବାନ୍ଧି ବସିଛି ପୁଲିସ । ହେଲେ ଅଭିଯୁକ୍ତ ସଂପର୍କରେ ପୁଲିସ୍ ପାଖରେ ନାହିଁ କୌଣସି ଖୋଜଖବର । ପାରାଦୀପ ହତ୍ୟାକାଣ୍ଡରେ ହତ୍ୟାକାରୀଙ୍କ ଟାର୍ଗେଟ୍ରେ ଯେଉଁମାନେ ଥିଲେ, କଟକ ମର୍ଡର ଘଟଣାରେ ବି ସେହି ନିରାଶ୍ରୟମାନଙ୍କ ହିଁ ଜୀବନ ଯାଇଛି ।