କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ସକାଳ ୮ଟା ୩୦ ସୁଦ୍ଧା ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ କରାଯାଇଛି । ପୁରୀ ୮୮.୬, ଢେଙ୍କାନାଳ ୭୦, ନୟାଗଡ ୪୩.୧, କଟକ ୪୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୧୪.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

Advertisment

ସେପଟେ, ପ୍ରବଳ ବର୍ଷାକୁ ନେଇ ସତର୍କ କଲା ପାଣିପାଗ ବିଭାଗ । କଟକ ଓ ଭୁବନେଶ୍ୱରରେ ବର୍ଷା ନେଇ ସତର୍କତା । ଆଗାମୀ ୨ଘଣ୍ଟା ଯାଏଁ ତୀବ୍ର ବୃଷ୍ଟିପାତ ଚେତାବନୀ । ଘଣ୍ଟାପ୍ରତି ୧ରୁ ୨ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷିଲେ ୨ରୁ ୩ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି । ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିବା ନେଇ ଆକଳନ କରାଯାଇଛି । ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।