କନକ ବ୍ୟୁରୋ : ପାରାଦୀପ ବନ୍ଦର କାର୍ଗୋ ପରିବହନ କ୍ଷମତା ୩୦୦ ନିୟୁତ ଟନ୍ ଟପିବ । ଏଠାରେ ୱେଷ୍ଟର୍ନ ଡକ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆଗାମୀ ୩ବର୍ଷରେ ବନ୍ଦରର କ୍ଷମତା ୩୦୦ ନିୟୁତ ଟନ୍ ଟପିବ । ଏବେ ବନ୍ଦର କାର୍ଗୋ ପରିଚାଳନା କ୍ଷମତା ୨୮୯ ନିୟୁତ ଟନ୍ ରହିଥିବା ବେଳେ ଏହି ପ୍ରକଳ୍ପ ବନ୍ଦରରେ ଆଉ ୨୫ ନିୟୁତ ଟନ୍ କ୍ଷମତା ଯୋଡିବ । ପିପିପି ମୋଡରେ ଏହାର ନିର୍ମାଣ ଲାଗି ଜେଏସପିଏଲକୁ ଦାୟିତ୍ୱ ଦିଆଯାଇଛି । ଏହି ପ୍ରକଳ୍ପ ଦ୍ୱାରା ୨୦୨୬ ବେଳକୁ ବଡ ବଡ ଜାହାଜ ଗୁଡିକ ବନ୍ଦରରେ ଲାଗିବ ।

Advertisment

ଦେଶର ଅନ୍ୟ ବନ୍ଦର ତୁଳନାରେ ପାରାଦୀପ ବନ୍ଦର ଟ୍ରାଫିକ ପରିଚାଳନା ସବୁଠାରୁ ଶସ୍ତା । ସେହିଭଳି ବନ୍ଦରର ୮୦ ପ୍ରତିଶତ ବର୍ଥକୁ ମେକାନାଇଜଡ କରାଯାଇଛି । ୨୦୩୦ ବେଳକୁ ଏହା ଶତ ପ୍ରତିଶତ ମେକାନାଇଜଡ କରାଯିବାକୁ ଥିବା ବେଳେ ବନ୍ଦରରେ ଯୋଡି ହେବାକୁ ଯାଉଛି ଆଉ ୪ଟି ବର୍ଥ । ସେହିଭଳି ସୌର ଶକ୍ତିରେ ଚାଲିବ ସମ୍ପୂର୍ଣ୍ଣ ବନ୍ଦର । ବନ୍ଦରରେ ସବୁଜ ଶକ୍ତି ନେଇ ୨୦୨୫ ବେଳକୁ ୧୦ ଲକ୍ଷ ବୃକ୍ଷ ରୋପଣ କରାଯିବାର ଯୋଜନା ରହିଛି । କାର୍ଗୋ ପରିଚାଳନା ଅଭିବୃଦ୍ଧିରେ ସବୁ ବନ୍ଦରକୁ ପାରାଦୀପ ବନ୍ଦର ପଛରେ ପକାଇଦଇଥିବା କହିଛନ୍ତି ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ।