କନକ ବ୍ୟୁରୋ : ପାରାଦୀପକୁ ପ୍ରଥମ ଥର ପାଇଁ ଆସିଛି ଆମେରିକୀୟ ଜାହାଜ । ୧.୬ ମିଲିଅନ ବ୍ୟାରେଲ ଅଶୋଧିତ ତେଲ ଆଣି ପାରାଦୀପରେ ପହଂଚିଛି ଏହି ଜାହାଜ । ଏମଟି ନ୍ୟୁ ପ୍ରସ୍ପରିଟି ନାମକ ଏହି ଜାହାଜର କ୍ଷମତା ୨ ମିଲିଅନ ବ୍ୟାରେଲ । ଏହା ୧୯ ଅଗଷ୍ଟରୁ ଆମେରିକାର ଗଲ୍ଫ କୋଷ୍ଟରୁ ଏହି ଅଶୋଧିତ ତୈଳ ନେଇ ପାରାଦୀପ ଅଭିମୁଖେ ବାହାରିଥିଲା । ଏହି ଜାହାଜ ପହଂଚିବା ପରେ ପାରାଦୀପ ତୈଳ ବିଶୋଧନାଗାର ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା । ଏହା ସହ ସିଙ୍ଗଲ ବୋରିଂ ସିଷ୍ଟମ ଦ୍ୱାରା ଜାହାଜରୁ ତେଲକୁ ଅନଲୋଡ୍ କରାଯାଉଛି ।
ପାରାଦୀପକୁ ପ୍ରଥମ ଥର ପାଇଁ ଆସିଛି ଆମେରିକୀୟ ଜାହାଜ !
/kanak/media/post_attachments/wp-content/uploads/2017/10/Screen-shot-2017-10-02-at-9.26.48-PM.png)