ପଣ୍ୟ କାରବାରରେ ରେକର୍ଡ କଲା ପାରାଦୀପ ବନ୍ଦର । ପଣ୍ୟ କାରବାରରେ ଦେଶରେ ପ୍ରଥମ ।

144

କନକ ବ୍ୟୁରୋ: ପାରାଦୀପ ବନ୍ଦର ପଣ୍ୟ କାରବାରରେ ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ପାରାଦୀପ ବନ୍ଦରର ପଣ୍ୟ କାରବାରରେ ଦେଶର ପ୍ରଥମ ହୋଇଛି । ଚଳିତ ବର୍ଷ ୧୪୫.୩୮ ମିଲିୟନ୍ ମେଟ୍ରିକ ଟନ୍ ପଣ୍ୟ କାରବାର ହୋଇଛି । ପୂର୍ବରୁ ଲଗାତର ପ୍ରଥମ ହେଉଥିଲା ଗୁଜୁରାଟ ଦୀନଦୟାଲ ପୋର୍ଟ । ଚଳିତ ଆର୍ଥିକ ବର୍ଷ ସରିବାର ଯଥେଷ୍ଟ ପୂର୍ବରୁ ୧୦୦ ନିୟୁତ ଟନ୍ ଟପିଥିଲା । କ୍ରମାଗତ ୭ତମ ଥର ପାଇଁ ୧୦୦ ନିୟୁତ ଟନ୍ ଟପିଥିଲା ପଣ୍ୟ କାରବାରରେ । ବର୍ତ୍ତମାନ ୮ଥର ପାଇଁ ୧୦୦ ନିୟୁତ ଟନ୍ ଟପିଛି । କ୍ରମାଗତ ଭାବେ ସାତ ବର୍ଷ ଧରି ପାରାଦୀପ ବନ୍ଦର ପଣ୍ୟ କାରବାରରେ ୧୦୦ ଏମ୍.ଏମ୍.ଟିରୁ ଉଦ୍ଧ୍ୱର୍ ପଣ୍ୟ କାରାବାର କରିବା ସଫଳତା ହାସଲ କରିଛି । ପ୍ରଥମ ଥର ପାଇଁ ୨୦୧୭-୧୮ ଆର୍ଥିକ ବର୍ଷ ରେ ୧୦୨.୦୧ ଏମ୍.ଏମ୍.ଟି .ପଣ୍ୟ କାରବାର କରି ୧୦୦ ଏମ୍.ଏମ୍.ଟି ଅତିକ୍ରମ କରିବା ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧୦୯.୨୭ ଏମ୍.ଏମ୍.ଟି,୨୦୧୯-୨୦ ଆର୍ଥିକ ବର୍ଷରେ ୧୧୨.୬୯ ଏମ୍.ଏମ୍.ଟି ପଣ୍ୟ କାରବାର କରି ସମଗ୍ର ଦେଶରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା । ଏବେ ୧୪୫.୩୮ ମିଲିୟନ୍ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଦେଶର ପ୍ରଥମ ହୋଇଛି ପାରାଦୀପ ବନ୍ଦର ।