କନକ ବ୍ୟୁରୋ: ପାରାଦୀପ ଉପକୂଳରେ ଆରମ୍ଭ ହୋଇଛି ସମରାଭ୍ୟାସ । ଦୁଇ ଦିନିଆ ମିଳିତ ସମରଭ୍ୟାସର ନାଁ ରହିଛି ‘ସି ଭିଜିଲ’ । ଏଥିରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ଼ ସମେତ ୧୮ଟି ସାମୁଦ୍ରିକ ଥାନାର କର୍ମଚାରୀ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଏହା ବିଶାଖାପଟନମ ଓ ଓଡ଼ିଶା ନାଭାଲ ଅଫିସର ଇନଚାର୍ଜ ପକ୍ଷରୁ ମିଳିତ ଭାବେ ଆୟୋଜିତ କରାଯାଇଛି । ଗତ ଡ଼ିସେମ୍ବର ୫ ଓ ୬ ତାରିଖରେ ୨ ଦିନ ଧରି ସାଗର କବଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ପୁଣି ଏକ ସମରଭ୍ୟାସ ପାରାଦୀପ ଉପକୂଳରେ କରାଯାଇଛି ।
ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଓ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ୧୬ଟି ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଜଳ ପଥରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବାର ମଧ୍ୟ ମକଡ୍ରିଲ କରାଯିବ । ରେଡ଼ ଟିମ୍ ଓ ବ୍ଲୁ ଟିମ୍ ଗଠନ କରାଯାଇ ଆତଙ୍କବାଦୀ ବେଶରେ ଗୋଟିଏ ଟିମ୍ ସ୍ଥଳ ଭାଗରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିବେ ଓ ଅନ୍ୟ ଟିମ୍ ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ ଏହି ସମରାଭ୍ୟାସରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/11-10.jpg)