ପାରାଦୀପ ପୌର ପରିଷଦର ବଜେଟ ଅଧିବେଶନ । ୮୦ ଲକ୍ଷ ଛୁଇଁଲା ଚଳିତ ଆର୍ଥିକ ବର୍ଷର ବଜେଟ ପରିମାଣ

65

କନକ ବ୍ୟୁରୋ : ପାରାଦୀପ ପୌର ପରିଷଦର ବଜେଟ ଅଧିବେଶନ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ପରିମାଣ ପ୍ରାୟ ୮୦ ଲକ୍ଷ ଛୁଇଁଛି । ବିଭିନ୍ନ ସୂତ୍ରରୁ ୭୭ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨ଲକ୍ଷରୁ ସାମାନ୍ୟ ଅଧିକ ଟଙ୍କା ବଳକା ରହିଥିବା ଆକଳନ କରାଯାଇଛି । ପାନୀୟ ଜଳ ବ୍ୟବସ୍ଥା, ଜଳ ନିଷ୍କାସନ ବ୍ୟବସ୍ଥା, ସହର ସୌନ୍ଦର୍ଯ୍ୟକରଣ, ଆଲୋକିକରଣ , ସ୍ମାର୍ଟ ପାର୍କ ନିର୍ମାଣ ,ଶିକ୍ଷା ସ୍ୱାସ୍ଥ୍ୟ ପରିମଳ ପାଇଁ ବ୍ୟୟ ବରାଦ ପ୍ରଭୃତି କରିବାକୁ ପୌରପାଳିକା ଯୋଜନା ରଖିଛି । ଦଳମତ ନିର୍ବିଶେଷରେ ମିଳିମିଶି ପାରାଦୀପର ବିକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଅଧିବେଶନରେ ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏବଂ ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ ଯୋଗ ଦେଇଥିବା ବେଳେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ସମେତ ଉପାଧ୍ୟକ୍ଷା ,ପୌର ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।