ପତ୍ନୀଙ୍କ ସହ ଲଉଡି ଖେଳିଲେ ପାରାଦୀପ ବିଧାୟକ । ଗ୍ରାମବାସୀଙ୍କ ଆଶୀର୍ବାଦ ନେଇ ଭୋଟ ଭିକ୍ଷା କଲେ ଗୀତାଞ୍ଜଳୀ ରାଉତରାୟ ।

970

କନକ ବ୍ୟୁରୋ: ପତ୍ନୀଙ୍କ ସହ ବିଧାୟକ ସମ୍ବିତ ରାଉତରାୟଙ୍କ ଲଉଡି ଖେଳ । ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ ପତ୍ନୀ ଗୀତାଞ୍ଜଳୀ ରାଉତରାୟଙ୍କ ଲଉଡି ଖେଳର ଦୃଶ୍ୟ ସମ୍ନାକୁ ଆସିଛି । ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଭୁତମୁଣ୍ଡାଇ ଗ୍ରାମ ପଞ୍ଚାୟତର ଜଗତି ଗାଁରେ ପହଞ୍ଚି ଲୋକଙ୍କ ଆଶୀର୍ବାଦ ନେଇଛନ୍ତି । ଗୋପବନ୍ଧୁ ଯାଦବ ସଂଘ ପକ୍ଷରୁ ଆୟୋଜିତ ହୋଇଥିବା ୨୦ତମ ଲଉଡି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସାମିଲ ହୋଇ ନାଚଗୀତରେ ମସଗୁଲ ହୋଇଥିଲେ ସମ୍ବିତ ରାଉତରାୟ ଓ ତାଙ୍କ ପତ୍ନୀ । ବିଜେଡି ଟିକେଟ୍ ପାଇବା ପରେ ପ୍ରଥମ ଥର ପାଇଁ ପାରାଦୀପ ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ ପଂଚାୟତର ଲୋକଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।