ପାରାଦୀପ ଜାହାଜରୁ ୨୨୦ କୋଟି କୋକେନ ଜବତ ଘଟଣା । ଅଟକ ଥିବା ଜଣେ କ୍ର୍ୟୁ ମେମ୍ବର ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

293

କନକ ବ୍ୟୁରୋ : ପାରାଦୀପରେ କୋକେନ ଜବତ ହୋଇଥିବା ଜାହାଜରୁ ଡେଇଁ ପଡ଼ିଲେ କ୍ରିୟୁ ମେମ୍ବର । ନିଜ ହାତ କାଟି ସମୁଦ୍ରକୁ ଡେଇଁ ପଡ଼ିଲେ ବୁଇ କଂ ହୁ । ସେ ଭିଏତନାମାର ନାଗରିକ । ଗୁରୁତର ଅବସ୍ଥାରେ ତାଙ୍କୁ ପାରାଦୀପ ପୋର୍ଟ ମେଡିକାଲରେ ଭର୍ତି କରାଯାଇଛି । ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହା ଜଣାପଡ଼ିନାହିଁ । ଗତ ଡିସେମ୍ବର ୧ ତାରିଖରେ ପାରାଦୀପରେ ଏକ ଜାହାଜରୁ କୋକେନ ଜବତ ହୋଇଥିଲା । ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ହେବା ପରେ ୨୧ ଜଣ କ୍ରିୟୁ ମେମ୍ବରଙ୍କୁ ଅଟକ ରଖାଯାଇଛି । କଷ୍ଟମ୍ ବିଭାଗ କ୍ରିୟୁ ମେମ୍ବରଙ୍କୁ ଅଟକ ରଖିଥିବା ବେଳେ ଭିଏତନାମାର କ୍ରିୟୁ ମେମ୍ବର ସମୁଦ୍ରକୁ ଡେଇଁ ପଡ଼ିଥିଲେ ।