ବିଜେଡି ଖାତାକୁ ଗଲା ପାରାଦୀପ ଆସନ । ବାପି ସର୍ଖେଲଙ୍କୁ ୨୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ପରାଜିତ କରି ‘ଶଙ୍ଖ’ ନାଦ କଲେ ସମ୍ବିତ ରାଉତରାୟ ।
କନକ ବ୍ୟୁରୋ: ପାରାଦୀପ ବିଧାନସଭା ଆସନକୁ ଅକ୍ତିଆର କଲା ବିଜେଡି । ପାରାଦ୍ୱୀପରେ ବିଜେଡି ପ୍ରାର୍ଥୀ ୨୦ ହଜାର ୮୦୨ ଖଣ୍ଡ ଭୋଟ୍ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲ ଓରଫ୍ ବାପି ସର୍ଖେଲଙ୍କୁ ପରାଜିତ କରି ବାଜି ମାରିନେଲେ ଦାମଙ୍କ ପୁଅ ସମ୍ବିତ ରାଉତରାୟ । ଆଉ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହେଲେ ସମ୍ବିତ ରାଉତରାୟ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ବିଜେଡି ୧୧୫, ବିଜେପି ୨୦ ଏବଂ କଂଗ୍ରେସ ୯ଟି ଆସନରେ ଆଗୁଆ ରହିଛନ୍ତି । ସେପଟେ ବିଭିନ୍ନ ଆସନରେ ବୃହତ ଭୋଟ୍ ବ୍ୟବଧାନରେ ବିଜୟୀ ହେଉଥିବା ବିଜେଡି ଶିବିରରେ ଏବେ ଖୁସିର ଲହରି ଖେଳିଯାଇଛି । ବିଶେଷ କରି ନୂଆ ସିପାହୀଙ୍କ ଉପରେ ଯେଉଁ ଭରସା ରଖି ଟିକେଟ୍ ଦେଇଥିଲେ ନବୀନ ତାକୁ ବାସ୍ତବରେ ସଫଳ କରାଇଛନ୍ତି ରାଜନୀତି ମୈଦାନକୁ ଓହ୍ଲାଇଥିବା ନୂଆ ସିପାହୀ । ଯାହାକି ବିଜେଡି ଶିବିରରେ ଉତ୍ସାହ ଭରି ଦେଇଛି ।