କନକ ବ୍ୟୁରୋ: ପାରାଦୀପ ବିଧାନସଭା ଆସନକୁ ଅକ୍ତିଆର କଲା ବିଜେଡି । ପାରାଦ୍ୱୀପରେ ବିଜେଡି ପ୍ରାର୍ଥୀ ୨୦ ହଜାର ୮୦୨ ଖଣ୍ଡ ଭୋଟ୍ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲ ଓରଫ୍ ବାପି ସର୍ଖେଲଙ୍କୁ ପରାଜିତ କରି ବାଜି ମାରିନେଲେ ଦାମଙ୍କ ପୁଅ ସମ୍ବିତ ରାଉତରାୟ । ଆଉ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହେଲେ ସମ୍ବିତ ରାଉତରାୟ ।
ଅନ୍ୟପଟେ ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ବିଜେଡି ୧୧୫, ବିଜେପି ୨୦ ଏବଂ କଂଗ୍ରେସ ୯ଟି ଆସନରେ ଆଗୁଆ ରହିଛନ୍ତି । ସେପଟେ ବିଭିନ୍ନ ଆସନରେ ବୃହତ ଭୋଟ୍ ବ୍ୟବଧାନରେ ବିଜୟୀ ହେଉଥିବା ବିଜେଡି ଶିବିରରେ ଏବେ ଖୁସିର ଲହରି ଖେଳିଯାଇଛି । ବିଶେଷ କରି ନୂଆ ସିପାହୀଙ୍କ ଉପରେ ଯେଉଁ ଭରସା ରଖି ଟିକେଟ୍ ଦେଇଥିଲେ ନବୀନ ତାକୁ ବାସ୍ତବରେ ସଫଳ କରାଇଛନ୍ତି ରାଜନୀତି ମୈଦାନକୁ ଓହ୍ଲାଇଥିବା ନୂଆ ସିପାହୀ । ଯାହାକି ବିଜେଡି ଶିବିରରେ ଉତ୍ସାହ ଭରି ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/SAMBIT-ROUTRAY-1.jpg)