ପୋଲିସକୁ ଆକ୍ରମଣ କରି ୱାରେଣ୍ଟିକୁ ଛଡାଇ ନେବା ଘଟଣା : ଆକ୍ରମଣ ଘଟଣାରେ ୭ଅଟକ; ଗାଁ ସିଲ୍

କାଲି ଦଳେଇ ସାହିକୁ ୱାରେଣ୍ଟିକୁ ଧରିବାକୁ ଯାଇଥିଲା ପୋଲିସ । ଲୋକଙ୍କ ଆକ୍ରମଣରେ ଜଣେ ଏସଆଇ ଆହତ ହୋଇଥିଲେ ।

77

କନକ ବ୍ୟୁରୋ : ପୋଲିସକୁ ଆକ୍ରମଣ କରି ୱାରେଣ୍ଟିକୁ ଛଡାଇ ନେବା ଘଟଣା । ଆକ୍ରମଣ ଘଟଣାରେ ୭ଜଣଙ୍କୁ ଅଟକ ରଖିଛି ପୋଲିସ । କାଲି ଦଳେଇ ସାହିକୁ ୱାରେଣ୍ଟିକୁ ଧରିବାକୁ ଯାଇଥିଲା ପୋଲିସ । ଲୋକଙ୍କ ଆକ୍ରମଣରେ ଜଣେ ଏସଆଇ ଆହତ ହୋଇଥିଲେ ।

ସୂଚନା ମୁତାବକ ପାରାଦୀପ ଗଡ ଦଳେଇ ସାହିର ତ୍ରିନାଥ ଦଳେଇଙ୍କ ନାଁରେ ଅଭୟଚାନ୍ଦପୁର ଥାନାରେ ଏକ ମାମଲା ରହିଥିଲା । ଦୀର୍ଘ ଦିନ ହେଲା ସେ ଫେରାର ଥିଲା । ତେବେ ତ୍ରିନାଥ ଗାଁକୁ ଫେରିଥିବା ଖବର ପାଇ ପୁଲିସ ଗାଁରେ ପହଂଚି କ୍ଲବ ନିକଟରୁ ତାକୁ ଗିରଫ କରି ଗାଡିରେ ବସାଇଥିଲେ । ହେଲେ ଏହି ସମୟରେ ହଠାତ୍ ଗାଁର କିଛି ଯୁବକ ପୁଲିସ ଉପରେ ଅତର୍କିତ ଆକ୍ରମଣ କରି ଆସାମୀ ତ୍ରିନାଥକୁ ଛଡାଇ ନେଇଛନ୍ତି ।

ଗାଁ ଲୋକଙ୍କ ଆକ୍ରମଣରେ ଏସଆଇ ଆଶୁତୋଷ ହୋତା ଆହତ ହୋଇ ଅଠକବାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି । ଖବର ପାଇ ପାରାଦୀପ ଏଏସପିଙ୍କ ସହ ପାରାଦୀପ ଥାନା ଆଇଆଇସିଙ୍କ ସହ ଏକ ପ୍ଲାଟୁନ ଫୋର୍ସ ଗାଁରେ ପହଂଚି ପୁରା ଗାଁକୁ ସିଲ କରିଛନ୍ତି । ସେପଟେ ଆଇନକୁ ହାତକୁ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାରାଦୀପ ଏସପି କହିଛନ୍ତି ।