କନକ ବ୍ୟୁରୋ : ପାରାଦୀପ ପୋର୍ଟ ଅଂଚଳରେ ୧୪୪ଧାରା ଜାରି । ଷ୍ଟିଭେଡର୍ସ ବିବାଦ ଆଶଙ୍କା ନେଇ ୧୪୪ଧାରା ଜାରି କରାଯାଇଛି । ଆଜି ପାରାଦୀପକୁ ଆସୁଥିବା କମାରି ଜାହାଜରେ ମାଲ ଅନଲୋଡିଂ ସମୟରେ ବିବାଦ ହୋଇପାରେ ବୋଲି ଆଶଙ୍କା ଦେଖାଦେଇଛି । ଗଣ୍ଡଗୋଳ ଆଶଙ୍କା ଦେଖି ପୋର୍ଟ ପୁଲିସ ଛାଉଣୀରେ ପରିଣତ ହୋଇଛି ।
ସେଥିପାଇଁ ସିଆଇଏସଏଫର ୪୫୦ ଜଣ ଯବାନ, ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୭ ଜଣ ମାଜିଷ୍ଟ୍ରେଟ, ୪୦ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି। ୫ଟି ଗେଟରେ ୧୪୪ ଧାରା ଜାରି କରାଯାଇଛି । ବନ୍ଦର କାର୍ଯ୍ୟରେ ଯେପରି କୌଣସି ପ୍ରଭାବ ନପଡେ ସେନେଇ ସତର୍କ ରହିଛି ପୁଲିସ। ୧୫ହଜାର ମ୍ୟାଟ୍ରିକ ଟନ୍ ଚୁନାପଥର ବୋଝେଇ ଜାହାଜରୁ ଚୁନାପଥର ଅନଲୋଡିଂ ନେଇ ବିବାଦ ଆଶଙ୍କା ରହିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-01-09h08m22s392.png)