କୁଜଙ୍ଗରେ ଖାଦ୍ୟ ସୁରକ୍ଷା ଯୋଜନାରେ କାର୍ଡ ବଣ୍ଟନ ବେଳେ ହାଇ ଡ୍ରାମା । ମଞ୍ଚଉପରେ ଦାମ ଓ କୁଳମଣି ଏକାଠି ବସି ଉଭୟ ଉଭୟଙ୍କୁ କଲେ ଆକ୍ଷେପ

104

କନକ ବ୍ୟୁରୋ : କୁଜଙ୍ଗରେ ଆୟୋଜିତ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ କାର୍ଡ ବଂଟନ ବେଳେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ମଂଚରେ ସ୍ଥାନୀୟ ବିଧାୟକ ଡାକ୍ତର ଦାମୋଦର ରାଉତ ଏବଂ ଜଗତସିଂହପୁର ସାଂସଦ କୁଳମଣି ସାମଲ ଉପସ୍ଥିତ ରହିଥିଲେ । ମଂଚରେ ଘଟିଥିବା ଘଟଣା ଏବଂ ପରସ୍ପର ପ୍ରତି ଆକ୍ଷେପ ସାଧାରଣରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଶନିବାର କୁଜଙ୍ଗ ସୂଚନା କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥିଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ କୁମାର ସାମଲ, ସାଂସଦ କୁଳମଣି ସାମଲ ଓ ବିଧାୟକ ଦାମୋଦର ରାଉତ ଯୋଗଦେଇଥିଲେ ।

 

ଏହି ଅବସରରେ ଦାମ କହିଥିଲେ ଦଳରୁ ବହିଷ୍କୃତ ହୋଇଥିଲେ ବି ସେ ବିଧାୟକ ଅଛନ୍ତି । କାହାର ଦମ୍ ନାହିଁ କେହି ତାଙ୍କୁ ରାଜନୀତିରୁ ହଟେଇଦେବେ । ସାଂସଦ କୁଳମଣି ସାମଲଙ୍କୁ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ ଦାମ । ତେବେ ଏହାର ଜବାବ ରଖିଥିଲେ ସାଂସଦ । ଏବଂ ପାଲଟା ପ୍ରଶ୍ନ କରି ପଚାରିଥିଲେ ୪୦ବର୍ଷ ହେଲାଣି କଣ କରୁଥିଲେ ବିଧାୟକ ସେ ଉତର ଦିଅନ୍ତୁ । ତେବେ ସେହି ସମୟରେ ଅନେକ ଜନସାଧାରଣ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଘଟଣା ବର୍ତମାନ ସମୟରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏପରି ଏକ ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ଓ ସାସଂଦଙ୍କ ମଧ୍ୟରେ ହୋଇଥିବା କଥା କଟାକଟି ଚର୍ଚ୍ଚାର ବିଷୟ ପାଲଟିଛି ।