ପାରଦୀପ : ପାରଦୀପ ମାଛ ମଡକ ଘଟଣାରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ବିୟର ଫ୍ୟାକ୍ଟ୍ରିର ଦୂଷିତ ପାଣି ଯୋଗୁଁ ହୋଇଛି ବିଷକ୍ରିୟା । ଯାହାଫଳରେ ମରିପଡ଼ିଛନ୍ତି କ୍ୱିଂଟାଲ କ୍ୱିଂଟାଲ ମାଛ । ପାରଦୀପ ମାଛ ମଡ଼କ ଘଟଣାରେ ଏଭଳି ଅଭିଯୋଗ ଆଣିଛନ୍ତି ପରିବେଶବିତ୍ । ଆଉ ଘଟଣାର ୪ ଦିନ ପରେ ପ୍ରଶାସନର ନିଦ ଭାଙ୍ଗିଛି । ଗାତ ଖୋଳି ପଚାମାଛ ପୋତିବା ସହ ବ୍ଲିଚିଂ ପାଉଡର ଦେଇ ପରିଷ୍କାର କରିଛି ପ୍ରଶାସନ ।
ସେପଟେ ଏବେବି ହଜାର ହଜାର ସଂଖ୍ୟାରେ ମାଛ ପଡ଼ି ରହିଛନ୍ତି ନଦୀ କୂଳରେ । ଘଟଣାକୁ ଏହା ମଧ୍ୟରେ ୪ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ମତ୍ସ୍ୟ ସଂପଦ ବିଭାଗ କୌଣସି ଅଧିକାରୀଙ୍କ ପାଦ ବି ପଡ଼ିନି ଘଟଣା ସ୍ଥଳରେ । ତେବେ ଆଶା କରାଯାଉଛି ଯାଂଚ୍ ପାଇଁ ଯାଇଥିବା ପାଣିର ନମୂନା ସଂପର୍କିତ ରିପୋର୍ଟ ଆସିବା ପରେ ଜଣା ପଡ଼ିବ ମାଛ ମୃତ୍ୟୁର ପ୍ରକୃତ କାରଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/vlcsnap-2016-06-07-15h52m11s414.png)