ଆଜି ମହାକାଶରେ ମହାଜାଗତିକ ଦୃଶ୍ୟ: ସଂଗଠିତ ହେବ ମହା ପୂର୍ଣ୍ଣଗ୍ରହ ମିଳନ; ସୂର୍ଯ୍ୟଙ୍କ ଗୋଟିଏ ପାଶ୍ୱର୍ରେ ଅବସ୍ଥାନ କରିବେ ୮ଟି ଗ୍ରହ

Advertisment
ଆଜି ମହାକାଶରେ ମହାଜାଗତିକ ଦୃଶ୍ୟ: ସଂଗଠିତ ହେବ ମହା ପୂର୍ଣ୍ଣଗ୍ରହ ମିଳନ; ସୂର୍ଯ୍ୟଙ୍କ ଗୋଟିଏ ପାଶ୍ୱର୍ରେ ଅବସ୍ଥାନ କରିବେ ୮ଟି ଗ୍ରହ

କନକ ବ୍ୟୁରୋ: ଆଜି ମହାକାଶରେ ସଂଗଠିତ ହେବ ବିରଳ ମହାଜାଗତିକ ଦୃଶ୍ୟ । ୧୭୦ ବର୍ଷ ପରେ ସଂଗଠିତ ହେବ ମହାପୂର୍ଣ୍ଣ ଗ୍ରହ ମିଳନ । ୧୭୦ ବର୍ଷ ପରେ ଏପରି ଘଟଣା ଘଟୁଥିବାରୁ ଏହାକୁ ବିରଳ ତଥା ଅନନ୍ୟ ବୋଲି କୁହାଯାଉଛି । ଇଂରାଜୀରେ ଏହାକୁ ପ୍ଲାନେଟ୍ ପରେଡ୍ ବୋଲି କୁହାଯାଇଥାଏ । ସୂର୍ଯ୍ୟଙ୍କ ଚାରିପଟେ ସାଧାରଣତଃ ୮ଟି ଗ୍ରହ ପରିକ୍ରମଣ କରିଥାନ୍ତି । କିନ୍ତୁ ଆଜି ଏହି ପରିକ୍ରମଣ ଅବସ୍ଥାରେ ସୂର୍ଯ୍ୟଙ୍କର ଗୋଟିଏ ପାଶ୍ୱର୍ରେ ରହିବେ ୮ଟି ଯାକ ଗ୍ରହ । ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ନେପଚୁନ୍, ୟୁରାନ୍ସ ଗ୍ରହ ରହିବେ ସୂର୍ଯ୍ୟଙ୍କର ଗୋଟିଏ ପାଖରେ ।

ଏପରି ବୁଲିବା ସମୟରେ ବେଳେବେଳେ ସୂର୍ଯ୍ୟଙ୍କର ଗୋଟିଏ ପାଖରେ ୩ରୁ ୪ଟି ଗ୍ରହ ରହି ଯିବା ଏକ ସାଧାରଣ ଘଟଣା ହୋଇଥାଇପାରେ । କିନ୍ତୁ ୮ଟି ଯାକ ଗ୍ରହ ଗୋଟିଏ ପାଶ୍ୱର୍ରେ ଅବସ୍ଥାନ କରିବାକୁ ବିରଳ ବୋଲି କୁହାଯାଉଛି । ସୂର୍ଯ୍ୟଙ୍କ ଚାରିପଟେ ପରିକ୍ରମଣ ସମୟରେ ୩ଟି ଗ୍ରହ ବର୍ଷକୁ ଦୁଇ ଥର, ୪ଟି ଗ୍ରହ ବର୍ଷକୁ ଥରେ, ୫ଟି ଗ୍ରହ ୧୯ ବର୍ଷରେ ଥରେ, ସମସ୍ତ ଅର୍ଥାତ୍ ୮ଟି ଯାକ ଗ୍ରହ ୧୭୦ ବର୍ଷରେ ଥରେ ହିଁ ସୂର୍ଯ୍ୟଙ୍କର ଗୋଟିଏ ପାଖରେ ରହିଥାନ୍ତି । ଏପରି ସ୍ଥିତିକୁ ଜ୍ୟୋର୍ତିବିଜ୍ଞାନୀ ମଧ୍ୟ ବିରଳ ବୋଲି ଗ୍ରହଣ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe