ଅମାନୁଷିକତାର ସୀମାପାର ! ପ୍ରଥମେ ପ୍ରେମୀଯୁଗଳଙ୍କୁ ନିର୍ଦ୍ଧୁମ ପିଟିଲେ , ପରେ ପ୍ରେମିକାକୁ କାନ୍ଧରେ ଉଠାଇ ଗାଁରେ ବୁଲାଇଲା ପ୍ରେମିକ ।  

427

ପ୍ରେମୀଯୁଗଳଙ୍କୁ ନିର୍ଦ୍ଧୁମ ମାଡ଼ । ପରେ ପ୍ରେମିକାକୁ କାନ୍ଧରେ ଧରି ପ୍ରେମିକର ପରେଡ୍ । ଏଭଳି ଅମାନୁଷିକ ଘଟଣା ଘଟିଛି ଗୁଜୁରାଟର ଦାହୋଦ୍ ଜିଲ୍ଲ୍ାରେ । ଏଠାରେ ପ୍ରେମୀଯୁଗଳଙ୍କୁ  ମାଡ଼ ମାରିବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ୍ ଜାଞ୍ଚ୍ କରିବା ଆରମ୍ଭ କରିଛି । ପୋଲିସ୍ କହିବାନୁସାର , ଅଭିଯୁକ୍ତମାନେ ପ୍ରଥମେ ପ୍ରେମୀଯୋଡିଙ୍କୁ ଖୁବ୍ ପିଟିଲେ ଏବଂ ମାଡ ମାରିବା ପରେ ମନ ଆହୁରି ବୁଝି ନଥିଲା ଯେ ପ୍ରେମିକାକୁ କାନ୍ଧରେ ଉଠାଇ ପୁରା ଗାଁର ଚକ୍କର ଲଗାଇବାକୁ ଯୁବକକୁ କହିଥିଲେ । ତେବେ ଏହାର ଭିଡିଓ କରି ମଧ୍ୟ ଅଭିଯୁକ୍ତମାନେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ପୋଲିସ୍ ଖବର ପାଇବା ପରେ ଏହାର ଜାଞ୍ଚ୍ କରିବା ଆରମ୍ଭ କରିଦେଇଛି ।

ତେବେ ଆପଣଙ୍କୁ କହିରଖୁଛୁ ଏଭଳି ଘଟଣା ପ୍ରଥମଥର ପାଇଁ ଘଟିନାହିଁ । ଏହାପୂର୍ବରୁ ଆସାମର ନଗାଁବ ଜିଲ୍ଲାରେ ନୈତିକତାର କଥିତ ଠିକାଦାରମାନେ ଏକ ପ୍ରେମୀଯୁଗଳକୁ ରାତି ସାରା ପିଟିଥିଲେ ଏବଂ ମହିଳାଙ୍କୁ ଲଣ୍ଡା କରି ଦେଇଥିଲେ । ଗୁରୁତର ଅବସ୍ଥାରେ ପୋଲିସ୍ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରିଥିଲା ।