ପ୍ରେମୀଯୁଗଳଙ୍କୁ ନିର୍ଦ୍ଧୁମ ମାଡ଼ । ପରେ ପ୍ରେମିକାକୁ କାନ୍ଧରେ ଧରି ପ୍ରେମିକର ପରେଡ୍ । ଏଭଳି ଅମାନୁଷିକ ଘଟଣା ଘଟିଛି ଗୁଜୁରାଟର ଦାହୋଦ୍ ଜିଲ୍ଲ୍ାରେ । ଏଠାରେ ପ୍ରେମୀଯୁଗଳଙ୍କୁ ମାଡ଼ ମାରିବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ୍ ଜାଞ୍ଚ୍ କରିବା ଆରମ୍ଭ କରିଛି । ପୋଲିସ୍ କହିବାନୁସାର , ଅଭିଯୁକ୍ତମାନେ ପ୍ରଥମେ ପ୍ରେମୀଯୋଡିଙ୍କୁ ଖୁବ୍ ପିଟିଲେ ଏବଂ ମାଡ ମାରିବା ପରେ ମନ ଆହୁରି ବୁଝି ନଥିଲା ଯେ ପ୍ରେମିକାକୁ କାନ୍ଧରେ ଉଠାଇ ପୁରା ଗାଁର ଚକ୍କର ଲଗାଇବାକୁ ଯୁବକକୁ କହିଥିଲେ । ତେବେ ଏହାର ଭିଡିଓ କରି ମଧ୍ୟ ଅଭିଯୁକ୍ତମାନେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ପୋଲିସ୍ ଖବର ପାଇବା ପରେ ଏହାର ଜାଞ୍ଚ୍ କରିବା ଆରମ୍ଭ କରିଦେଇଛି ।
Dahod: A couple was thrashed by locals of Moli village&then the man was allegedly made to carry his lover on his shoulders & paraded in the village. Hitesh Joysar,SP says,"the video of the incident has gone viral. A detailed probe has been initiated in the case." #Gujarat (17/9) pic.twitter.com/odpAuIAqrM
— ANI (@ANI) September 18, 2019
ତେବେ ଆପଣଙ୍କୁ କହିରଖୁଛୁ ଏଭଳି ଘଟଣା ପ୍ରଥମଥର ପାଇଁ ଘଟିନାହିଁ । ଏହାପୂର୍ବରୁ ଆସାମର ନଗାଁବ ଜିଲ୍ଲାରେ ନୈତିକତାର କଥିତ ଠିକାଦାରମାନେ ଏକ ପ୍ରେମୀଯୁଗଳକୁ ରାତି ସାରା ପିଟିଥିଲେ ଏବଂ ମହିଳାଙ୍କୁ ଲଣ୍ଡା କରି ଦେଇଥିଲେ । ଗୁରୁତର ଅବସ୍ଥାରେ ପୋଲିସ୍ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/dcwintercastemarriage19122018.jpeg)