କରୋନାର ସ୍ୱଳ୍ପ ଲକ୍ଷଣରୁ ରକ୍ଷା ପାଇବା ପାଇଁ ପାରାସିଟାମଲ ହିଁ ଯଥେଷ୍ଟ । ଆଜିଥ୍ରୋମାଇସିନ୍ ଓ ମଲୁନୋପିରାଭିରର ବହୁଳ ବ୍ୟବହାର ନେଇ ଚିନ୍ତା ବ୍ୟକ୍ତ କଲେ ବିଶେଷଜ୍ଞ

769

କନକ ବ୍ୟୁରୋ : କରୋନାର ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପାରାସିଟାମଲ୍ ହିଁ ଯଥେଷ୍ଟ । ଆଜିଥ୍ରୋମାଇସିନ୍ ଓ ମଲୁନୋପିରାଭିରର ବହୁଳ ବ୍ୟବହାର ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । ବିଶେଷଜ୍ଞଙ୍କ ମତରେ ଯେଉଁ ରୋଗୀ କରୋନା ଟିକା ନେଇନାହାନ୍ତି, ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତଙ୍କ ପାଇଁ ଚିକିତ୍ସାର ଆବଶ୍ୟକତା ରହିଛି । ସେମାନଙ୍କ କ୍ଷେତ୍ରରେ ମଲୁନୋପିରାଭିରର ଆବଶ୍ୟକତା ରହିଛି । ରାଷ୍ଟ୍ରୀୟ କୋଭିଡ୍ ଟାକ୍ସ ଫୋର୍ସର ସଦସ୍ୟ ସଂଜୟ ପୂଜାରୀ କହିଛନ୍ତି, ସ୍ୱଳ୍ପ ଲକ୍ଷଣରୁ ରକ୍ଷା ପାଇଁ ମଲୁନୋପିରାଭିର ବ୍ୟବହାର ପାଇଁ ଅନୁମତି ଦିଆଯାଇନାହିଁ । କରୋନାର ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପାରାସିଟାମଲ୍ ହିଁ ଯଥେଷ୍ଟ ।
ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ସ୍ୱଳ୍ପ ଲକ୍ଷଣ ଥିବା ଲୋକେ ଅଧିକ ଭୟଭୀତ ହୋଇଉଠୁଛନ୍ତି । ବିନା ପରାମର୍ଶରେ ମେଡିସିନ୍ ନେଉଥିବା ଘଟଣା ମଧ୍ୟ ସାମ୍ନାକୁ ଅସିଥିବା ଜଣାପଡିଛି । ତେବେ ଏଭଳି ପରିସ୍ଥିତିରେ ଭୟଭିତ ନହେବା ପାଇଁ ପରାମର୍ଶ ଦିଆଯାଇଛି । ବିନା ପରାମର୍ଶରେ ଔଷଧ ନଖାଇ ପରାମର୍ଶ ନେଇ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି