ସ୍ରଷ୍ଟା ଚାଲିଗଲେ ସୃଷ୍ଟି ରହିଗଲା ! ଲୋକପ୍ରିୟ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ପରଲୋକ, ବାର୍ଦ୍ଧକ୍ୟଜନିତ ରୋଗରେ ଦୀର୍ଘଦିନରୁ ଥିଲେ ଅସୁସ୍ଥ

146

କନକ ବ୍ୟୁରୋ: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ । ୮୪ ବର୍ଷ ବୟସରେ ଆଜି କଟକସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ବାର୍ଧକ୍ୟଜନିତ ରୋଗରେ ପୀଡିତ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ୧୯୩୪ ମସିହାରେ ବାରିପଦାରେ ଗୁରୁକୃଷ୍ଣ ଗୋସ୍ୱାମୀ ଜନ୍ମଗ୍ରହଣ କରିଥିଲେ । ସେ ୧୬ ଶହରୁ ଅଧିକ ଭଜନ, ଆଧୁନିକ ଓ ଲୋକଗୀତ ରଚନା କରିଛନ୍ତି । ଓଡିଆ ସଙ୍ଗୀତ ଜଗତ ସହ ସେ ଦୀର୍ଘ ୬୦ ବର୍ଷ ଧରି ଜଡିତ ଥିଲେ ।

୩୦ରୁ  ଅଧିକ ଓଡିଆ ସିନେମାରେ ଗୀତରଚନା କରିଥିଲେ ଗୁରୁକୃଷ୍ଣ । ବଲିଉଡର ପ୍ରସିଦ୍ଧ କଂଠଶିଳ୍ପୀ ମହମ୍ମଦ ରଫି ଓ ଲତା ମଂଗେସକରଙ୍କ ସହ ମଧ୍ୟ ସେ କାମ କରିଛନ୍ତି । କଟକ ତୁଳସୀପୁରସ୍ଥିତ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଶେଷଦର୍ଶନ କରିଛନ୍ତି । ଏହି ପ୍ରସିଦ୍ଧ ଗୀତିକାରଙ୍କୁ ୨ ହଜାର ମସିହାରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦିଆଯାଇଥିଲା ।