କନକ ବ୍ୟୁରୋ: ପପୁଆ ନ୍ୟୁ ଗିନିରେ ଶୁକ୍ରବାର ଘଟିଥିବା ଭୟାବହ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୨ହଜାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଭୂସ୍ଖଳନ ପରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦୦ ହେବ ବୋଲି ଅନୁମାନ କରାଯାଉଥିଲା। ରବିବାର ସୁଦ୍ଧା କେବଳ ୫-୬ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇପାରିଥିଲା। ପାଗ ବଦଳିବା ପରେ ଆଜି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଦେଶର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ଓ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି।