ଆଇପିଏଲରେ ଆଉ ଜଣେ ଓଡିଆ କ୍ରିକେଟରଙ୍କୁ ମିଳିପାରେ ସୁଯୋଗ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଓଡ଼ିଆ ଖେଳାଳି ପପୁ ରାୟଙ୍କୁ ଆସିଲା ଡାକରା, ୨୩ ଓ ୨୪ରେ ହେବ ଖେଳାଳି ଚୟନ ।

2,530

କନକ ବ୍ୟୁରୋ : ଆଇପିଏଲରେ ପୁଣି ଜଣେ ଓଡ଼ିଆ କ୍ରିକେଟରଙ୍କୁ ମିଳିପାରେ ସୁଯୋଗ । ଆଗାମୀ ଆଇପିଏଲ ସିଜିନରେ ଓଡ଼ିଶାର କ୍ରିକେଟର ପପୁ ରାୟ ସାମିଲ ହେବାର ସମ୍ଭାବନା ରହିଛି । ଚାମ୍ପିୟନ ମୁମ୍ବାଇ ଟିମ୍ ପକ୍ଷରୁ ଖେଳାଳି ଚୟନ କରାଯାଉଥିବା ବେଳେ ପପୁଙ୍କୁ ମଧ୍ୟ ଏଥିପାଇଁ ଡାକରା ଆସିଛି ।

ମୁମ୍ବାଇ ଟିମରେ ଖେଳାଳି ଚୟନ ପାଇଁ ଆସନ୍ତା ୨୩ ଓ ୨୪ରେ ସିଲେକ୍ସନ ମ୍ୟାଚ୍ ରହିଛି । ଏଥିପାଇଁ ଦେଶର ପ୍ରତିଭାବାନ ଖେଳାଳିଙ୍କୁ ମୁମ୍ବାଇ ଡକା ଯାଇଛି । ଆଉ ଏହି ତାଲିକାରେ ପପୁଙ୍କ ନାଁ ରହିଛି । ପପୁ ଓଡ଼ିଶା ରଣଜୀ ଦଳରେ ବାମହାତି ସ୍ପିନର ଭାବେ ଖେଳୁଛନ୍ତି । ଗତ ରଣଜୀ ସିଜିନରେ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଆଉ ଏହାପରେ ମୁମ୍ବାଇ ଟିମ୍ ପକ୍ଷରୁ ଚୟନ ପାଇଁ ପପୁଙ୍କୁ ଡକରା ଆସିଛି । ଆସନ୍ତା ୨୨ରେ ପପୁ ମୁମ୍ବାଇ ଗସ୍ତରେ ଯିବେ । ତେବେ ଏହି ଚୟନ ମ୍ୟାଚରେ ଭଲ ପ୍ରଦର୍ଶନ କରି ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେବା ସହ ଆଇପିଏଲ ଖେଳିବାକୁ ପପୁ ଲକ୍ଷ୍ୟ ରଖିଥିବା କହିଛନ୍ତିି ।