ପପୁ ରିଟର୍ଣ୍ଣସ : ସେହି ପୁରୁଣା ଅନ୍ଦାଜରେ ଦର୍ଶକଙ୍କ ସାମ୍ନାରେ

କମେଡି କିଙ୍ଗଙ୍କ କମବ୍ୟାକ୍ ! ଜେଲରୁ ଫେରିବା ପରେ ଦର୍ଶକଙ୍କ ସାମ୍ନାକୁ ଆସିଲେ ପପୁ ପମପମ୍

papu pum pum return to film କନକ ବ୍ୟୁରୋ : ପପୁ ରିଟର୍ଣ୍ଣସ । ଜେଲରୁ ଫେରିବା ପରେ ପ୍ରଥମ ଥର ପାଇଁ ଆଜି ପପୁ ଆସିଛନ୍ତି ଦର୍ଶକଙ୍କ ସାମ୍ନାକୁ। ଫିଲ୍ମ ବାଏ ବାଏ ଦୁବାଇର ଅଡିଓ ରିଲିଜ କାର୍ଯ୍ୟକ୍ରମରେ ଆଜି ପପୁ ପମପମଙ୍କୁ ଦେଖିବାକୁ ମିଳିଥିଲା। ସେହି ପୁରୁଣା ଅନ୍ଦାଜରେ ଥିଲେ ପପୁ ।

vlcsnap-2016-08-28-21h42m45s727ଅଡିଓ ରିଲିଜ କାର୍ଯ୍ୟକ୍ରମର ଶେଷ ଆଡକୁ ଠୁମକା ବି ଲଗାଇଥିଲେ କମେଡି କିଙ୍ଗ। ନାବାଳିକାଙ୍କୁ ଯୈାନ ନିର୍ଯାତନା ଦେବା ଅଭିଯୋଗରେ ଛନ୍ଦି ହୋଇ ପପୁ ଗିରଫ ହୋଇ ଜେଲ୍ ଯାଇଥିଲେ। ପ୍ରାୟ ଏକ ମାସ ଝାରପଡା ଜେଲରେ ରହିବା ପରେ ହାଇକୋର୍ଟ ତାଙ୍କୁ ଦେଇଛନ୍ତି ସର୍ତମୂଳକ ଜାମିନ୍।

papu pum pum return to film ସେପଟେ ପପୁ ବିବାଦରେ ଛନ୍ଦି ହେବା ପରେ ଫିଲ୍ମ ବାଏ ବାଏ ଦୁବାଇର ସୁଟିଂ ଅଧାରେ ଅଟକିଥିଲା। ଏପରିକି ଫିଲ୍ମ ନିର୍ମାଣକାରୀ ସଂସ୍ଥା ମଧ୍ୟ ଚିନ୍ତାରେ ଥିଲେ। ତେବେ ପପୁ ଜେଲରୁ ମୁକୁଳିବା ପରେ ଏବେ ଫିଲ୍ମ ନିର୍ମାଣର ବାକି କାମ ଖୁବଶୀଘ୍ର ସାରିବାକୁ ଆଗେଇ ଆସିଛନ୍ତି ପ୍ରଯୋଜକ।

ଆଜିର ଏହି ଅଡିଓ ରିଲିଜ କାର୍ଯ୍ୟକ୍ରମରେ ପପୁଙ୍କ ସହ ଅଭିନେତା ସବ୍ୟସାଚୀ, ବୁଦ୍ଧାଦିତ୍ୟ, ଅଭିନେତ୍ରୀ ଅର୍ଚିତା ମଧ୍ୟ ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମ ଶେଷରେ ମିଡିଆକୁ ସାମ୍ନା କରିବାକୁ ଚାହିଁ ନଥିଲେ ପପୁ। ତେଣୁ କିଛି ପ୍ରତିକ୍ରିୟା ନଦେଇ ଚାଲି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe