ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପପୁଙ୍କୁ ପୁରୀ ମନା । କାଷ୍ଟିଂ କାଉଚ୍ ମାମଲାରେ ବିବାଦୀୟ ହୋଇ ପଡିଥିବା କମେଡି କିଙ୍ଗ ଏଥର କାଳିଆ ଠାକୁରଙ୍କ ନାଁରେ କମେଡି କରି ଅଡୁଆରେ ପଡିଛନ୍ତି । ପୁରୀ ବିଚ୍ ଫେଷ୍ଟିଭାଲରେ ପପୁ କହିଥିଲେ ଜୟ ଜଗନ୍ନାଥ ମହାପାପ୍ । ସେହିପରି ପବିତ୍ର ତୁଳସୀ ଓ ସେବାୟତଙ୍କୁ ମଧ୍ୟ କଟାକ୍ଷ କରିଥିଲେ । ଏହାକୁ ନେଇ ତୀବ୍ର ଉତେଜନା ସୃଷ୍ଟି ହୋଇଛି ।

Advertisment

ସେପଟେ ଏଭଳି ଟିପ୍ପଣୀରୁ ନେଇ ଜଣେ ସେବାୟତ ପପୁଙ୍କୁ ବିରୋଧ କରିବା ପରେ ସେ ମଂଚ ଉପରେ କ୍ଷମା ମାଗିଥିଲେ । ତେବେ ଏଥିରେ ସନ୍ତୁଷ୍ଟ ହୋଇ ନାହାନ୍ତି, ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ବାହିନୀର କର୍ମକର୍ତା । ତିନିଦିନ ଭିତରେ ଶ୍ରୀଜଗନ୍ନାଥଙ୍କ ନିକଟରେ କ୍ଷମା ନମାଗିଲେ ତାଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି ସଂଘ କହିଛି ।

ସେପଟେ ପପୁଙ୍କୁ କାହିଁକି ଏଭଳି ସଂସ୍କୃତିର ମଂଚକୁ ଡକାଗଲା, ସେନେଇ ଆୟୋଜକଙ୍କୁ ମଧ୍ୟ ଦାୟୀ କରିଛି ସୁରକ୍ଷା ବାହିନୀ । ସେପଟେ ଆଗାମୀ ଦିନରେ ହାସ୍ୟ ଅଭିନେତା ପପୁଙ୍କୁ କୌଣସି କାର୍ଯ୍ୟକ୍ରମରେ ନିମନ୍ତ୍ରଣ ଦିଆଯିବ ନାହିଁ, ଏପରିକି ପୁରୀରେ ପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି । ଶୁଣନ୍ତୁ ମଂଚ ଉପରେ କଣ କହିଥିଲେ ପପୁ ଓ ବିରୋଧରେ କେମିତି ମାଗିଥିଲେ କ୍ଷମା ।