ସୁଟିଂ ସେଟକୁ ଫେରିଲେ ପପୁ ପମପମ । କିଛି ଦିନ ବ୍ୟବଧାନରେ ପୁଣି ସେଟକୁ ଫେରିଲେ ପପୁ

ସୁଟିଂ ସେଟକୁ ଫେରିଲେ ଓଡିଶାର କମେଡି କିଙ୍ଗ ପପୁ ପମ୍ ପମ୍

464

କନକ ବ୍ୟୁରୋ : ସୁଟିଂ ସେଟକୁ ଫେରିଲେ ଓଡିଶାର କମେଡି କିଙ୍ଗ ପପୁ ପମ୍ ପମ୍ । ଗତ କିଛି ମାସ ହେବ ଶରୀର ଅସୁସ୍ଥତାକୁ ନେଇ ଚର୍ଚ୍ଚାରେ ଥିବା ଓଲିଉଡ୍ କମେଡି କିଙ୍ଗ ପପୁ ପମ୍ ପମ୍ ସୁସ୍ଥ ହୋଇ ଫେରିଛନ୍ତି ଇଣ୍ଡିଷ୍ଟ୍ରୀକୁ । ୮ ମାସ ପରେ ସୁଟିଂ ସେଟରେ ପପୁ ପମପମଙ୍କୁ ଦେଖିବାକୁ ମିଳିଛି । ହେଲେ ଏଥର ଅଭିନୟ ନୁହେଁ ନିର୍ଦ୍ଦେଶକ ହେବାକୁ ସ୍ଥିର କରିଛନ୍ତି ସେ ।

 

ଅକ୍ଷୟ ପରିଜା ବ୍ୟାନରରେ ପ୍ରସ୍ତୁତ ହେବାକୁ ଥିବା ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଚିରକୁଟ୍’ ର କାହାଣୀ , ସଙ୍ଗୀତ ସହ ନିର୍ଦ୍ଦେଶନା ଦାୟିତ୍ୱ ବି ତୁଲାଇବେ ପପୁ ପମ୍ ପମ୍ । ଏହି ଅପକମିଂ ସିନେମାର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଠି ଏହି ଅପକମିଂ ସିନେମାର ପୁରା ଟିମ୍ ନଜର ଆସିଥିଲେ । ନୂଆ କଳାକାରଙ୍କୁ ନେଇ ସିନେମା ପ୍ରସ୍ତୁତ କରିବାକୁ ଯାଉଛନ୍ତି ଅଭିନେତା ପପୁ ପମ୍ ପମ୍ । ଫିଲ୍ମର ପ୍ରଯୋଜନା କରୁଛନ୍ତି ସୁନାମଧନ୍ୟ ପ୍ରଯୋଜକ ଅକ୍ଷୟ ପରିଜା ।