କମେଡି କିଙ୍ଗଙ୍କ ମୁହଁରେ କାଳି : ହାତ ଯୋଡିଲେ, କାନ ଧରିଲେ ତଥାପି ଛାଡିଲେନି

କମେଡି କିଙ୍ଗଙ୍କ ମୁହଁରେ କାଳି : ହାତ ଯୋଡିଲେ, କାନ ଧରିଲେ ତଥାପି ଛାଡିଲେନି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କମେଡି କିଙ୍ଗଙ୍କ ମୁହଁରେ କାଳି । ଜଗନ୍ନାଥ ଓ ତୁଳସୀଙ୍କୁ ଅସମ୍ମାନିତ କରିଥିବା କମେଡିଆନ ପପୁ ପମପମଙ୍କ ବିରୋଧ କରିଛନ୍ତି ଲୋକେ ।

ବିରୋଧର ତରିକା ଏମିତି ରହିଛି ଯେ, ହତବାକ ହୋଇଯାଇଛନ୍ତି ପପୁ । ଭୁବନେଶ୍ୱର ଝାରପଡା ଓଭରବ୍ରିଜ ନିକଟରେ ନିଜ ଗାଡିରେ ଯାଉଥିବା ବେଳେ ତାଙ୍କୁ ଅଟକାଇବା ସହ ମୁହଁରେ ଓ ଦେହରେ କଳା ବୋଳିଛନ୍ତି ।

ଉତ୍ୟକ୍ତ ଲୋକଙ୍କ ଆକ୍ରୋଶରୁ ବର୍ତିବା ପାଇଁ ବିକଳରେ ପପୁ ହାତ ଯୋଡିଥିଲେ, କାନ ଧରିଥିଲେ ହେଲେ ତାଙ୍କ କଥା କେହି ଶୁଣିନଥିଲେ । ଗତକାଲି ପୁରୀ ସ୍ୱର୍ଗଦ୍ୱାରରେ ଜଗନ୍ନାଥ ସେନା ତରଫରୁ ତାଙ୍କ ପ୍ରତୀକାତ୍ମକ ଶବଦାହ ଓ ଅସ୍ଥି ବିସର୍ଜନ କରାଯାଇଥିଲା । ଯଦି ପପୁ ଶ୍ରୀମନ୍ଦିର ଆଗରେ କ୍ଷମା ଭିକ୍ଷା ସହ ପ୍ରାୟଶ୍ଚିତ ନକରନ୍ତି ତାହାହେଲେ ତାଙ୍କୁ ବିରୋଧ କରାଯିବ ବୋଲି କୁହାଯାଇଥିଲା ।

ଦିନେ ଲକ୍ଷ ଲକ୍ଷ ଲୋକଙ୍କୁ ହସାଇ ହସାଇ ବେଦମ କରୁଥିବା ଏବଂ ଓଡ଼ିଶା ଚଳଚ୍ଚିତ୍ର ଜଗତର ଷ୍ଟାର ଥିବା ପପୁ ପମପମ କାଷ୍ଟିଂ କାଉଚ ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ସତେ ଯେମିତି ତାଙ୍କ ପାଇଁ ଖରାପ ଦିନ ଆରମ୍ଭ ହୋଇଯାଇଛି । ଜଗନ୍ନାଥଙ୍କ ପ୍ରତି ତାଙ୍କ ମନ୍ତବ୍ୟ ତାଙ୍କୁ ଆହୁରି ବିବାଦୀୟ ଓ ସମାଲୋଚିତ କରିଛି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe