୧୫ ବର୍ଷରେ କାହିଁକି ଆରଜେଡି କଲା ନାହିଁ ଜାତୀୟ ଜନଗଣନା ? ତେଜସ୍ୱୀଙ୍କୁ ଘେରିଲେ ପପୁ ଯାଦବ ।

108

କନକ ବ୍ୟୁରୋ: ବିହାରରେ ଜାତୀୟ ଜନଗଣନାକୁ ନେଇ ରାଜନୀତି ସରଗରମ ହେଉଛି । ପୂର୍ବରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଆରଜେଡି ନେତା ତଥା ତେଜସ୍ୱୀଙ୍କ ମଧ୍ୟରେ ଆଲୋଚନା ହୋଇସାରିଛି । ତେବେ ବର୍ତ୍ତମାନ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଜନ ଅଧିକାର ଦଳର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ପପୁ ଯାଦବ । ତେଜସ୍ୱୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଏହାକୁ ଲାଗୁ କରିବାକୁ ଯେଉଁ ଚାପ ପକାଉଛନ୍ତି ତାକୁ ନେଇ ସେ ବୟାନ ରଖିଛନ୍ତି ।

ଆରଜେଡି ନେତାଙ୍କୁ ସେ ପ୍ରଶ୍ନ କରିଛନ୍ତି ଜାତିଗତ ଜନଗଣନା ପ୍ରସଙ୍ଗରେ ଲାଲୁ ଯାଦବ ସବୁବେଳେ କିଙ୍ଗ ମେକର ଭୂମିକାରେ ରହୁଥିଲେ । ୧୫ ବର୍ଷ ବିହାରରେ ଲାଲୁ ଯାଦବଙ୍କ ସରକାର ରହିଥିଲା । ତେବେ କାହିଁକି ତାଙ୍କ ସରକାର ଜାତୀୟ ଜନଗଣନା ଲାଗୁ କଲେ ନାହିଁ ? ଏହା ସହ ପପୁ ଯାଦବ ବିପିଏସସି ପେପର ଲିକ ମାମଲାରେ ନୀତିଶ ସରକାରଙ୍କୁ ଘେରିଛନ୍ତି ।

ପପୁ ଯାଦବ କହିଛନ୍ତି, ଯେତେବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତୀୟ ଜନଗଣନାର ସମର୍ଥନ କରିଥିଲେ । ତେବେ ତେଜସ୍ୱୀ ଲୋକଙ୍କୁ ଭ୍ରମିତ କରି ପଦଯାତ୍ରା କରିବା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ନାଟକ କରିଥିଲେ । ସେପଟେ ବିପିଏସସି ମାମଲାରେ ମଧ୍ୟ ବିହାର ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ପପୁ ।

ସେ କହିଛନ୍ତି, କେବଳ ପେପର ଲିକ୍ ମାମଲାରେ ବିହାରର କୋଚିଂ ମାଫିଆ ଏବଂ ଅଧିକାରୀ ହାତ ମିଳାଇଛନ୍ତି । ଏମାନଙ୍କ କାରଣରୁ ରାଜ୍ୟର ହଜାର ହଜାର ଯୁବକଙ୍କ କ୍ୟାରିୟର ନଷ୍ଟ ହେଉଛି । ପେପର ଲିକ ହେବା ପରେ ଯୁବକଙ୍କ ମଧ୍ୟରେ ଆକ୍ରୋଶ ରହିଛି । ସମାଜରେ ଥିବା ଗରିବ, ସଂଖ୍ୟାଲଘୁ, ବିନା ଟଙ୍କା ଦେଇ ସରକାରୀ ଚାକିରୀ କରିପାରୁନାହାନ୍ତି । ଯେତେବେଳେ ସେମାନେ ପରିଶ୍ରମ କରୁଛନ୍ତି ସେତେବେଳେ ଏଭଳି ପେପର ଲିକ କରାଯାଉଛି । ଏହା କରିବା ଦ୍ୱାରା ବିହାରର ଲକ୍ଷ ଲକ୍ଷ ଲୋକଙ୍କ ଭବିଷ୍ୟତ ଅନ୍ଧାର ହେଉଛି । ପପୁ ଯାଦବ ଏହି ପେପର ଲିକ ଘଟଣାର ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି । ଏହା ସହ ବିଶେଶ୍ୱରାୟ ଭବନରେ ଲାଗିଥିବା ନିଆଁକୁ ସରକାର ଗମ୍ଭୀରତାର ସହ ନେଇ ଯାଞ୍ଚ କରିବାକୁ ଦାବି କରିଛନ୍ତି ।