ବୈଜ୍ଞାନିକମାନେ ଆଣ୍ଟି-ବାୟୋଟିକ୍ ଔଷଧର ପ୍ରମାଣ ଜାଞ୍ଚ୍ କରିବା ପାଇଁ ଏଭଳି ଏକ ସରଳ ଜାଞ୍ଚ୍ ପ୍ରକ୍ରିୟା ବାହାର କରିଛନ୍ତି ଯେଉଁଥିରେ କିଛି ମିନିଟ୍ ବ୍ୟବଧାନରେ ହିଁ ଆପଣ ଏହା ଅସଲି କି ନକଲି ତାହା ଜାଣିପାରିବେ । ତେବେ ଗୋଟିଏ ପେପର୍ ସାହାର୍ୟ୍ୟରେ ଆପଣ ଏହି ଜାଞ୍ଚ୍ ପ୍ରକ୍ରିୟା ଆରମ୍ଭ କରିପାରିବେ । ଯଦି ଔଷଧ ନକଲି ହୋଇଥିବ ତାହେଲେ ପେପରରେ ଆଣ୍ଟି-ବାୟୋଟିକ୍ ରଖିବା ମାତ୍ରେ ପେପର ଲାଲ୍ ହୋଇଯିବ ।
ବିକାଶଶୀଳ ଦେଶମାନଙ୍କରେ ନିମ୍ନମାନର ଔଷଧ ଏବଂ ଏହି ଔଷଧମାନଙ୍କର ବିକ୍ରି ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁସାରେ ଦୁନିଆରେ ୫୦ ପ୍ରତିଶତ ଔଷଧ ନକଲି ହୋଇଥିବାବେଳେ ଏଥିମଧ୍ୟରୁ ୪୦ ପ୍ରତଶତ ଆଣ୍ଟି-ବାୟୋଟିକ୍ ହୋଇଥାଏ । ନକଲି ଆଣ୍ଟି-ବାୟୋଟିକ୍ ଔଷଧରେ ନା କେବଳ ରୋଗୀ ଜୀବନ ପ୍ରତି ବିପଦ ଥାଏ ବରଂ ଦୁନିଆରେ ଆଣ୍ଟି-ମାଇକ୍ରୋବିୟଲ୍ ପ୍ରତିରୋଧର ସମସ୍ୟା ମଧ୍ୟ ଦେଖାଯାଏ । ତେବେ ଅନୁସନ୍ଧାନକର୍ତ୍ତା କାଗଜ ମାଧ୍ୟମରେ ଏହାର ସମାଧାନ ବାହାର କରିଛନ୍ତି । ଏହି ଜାଞ୍ଚ୍ ରୁ ଜଣାପଡିବ ଯେ ଔଷଧ ଅସଲି କି ନକଲି କିମ୍ବା ଏଥିରେ ବେକିଙ୍ଗ୍ ସୋଡା ମିିଶିଛି କି ନାହିଁ ସେ ବିଷୟରେ ମଧ୍ୟ ଜଣାପଡିଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/MIT-Testing-AntiB_0.jpg)
/kanak/media/post_attachments/wp-content/uploads/2018/10/medic-300x167.jpg)