କନକ ବ୍ୟୁରୋ : ଚାକିରି ଅପେକ୍ଷା ଏବେ ନିଜସ୍ୱ ଉଦ୍ୟମରେ ରୋଜଗାର କରିବା ଅଧିକାଂଶ ଲୋକଙ୍କ ପସନ୍ଦ ପାଲଟିଛି । ସେହିଭଳି ଜଣେ ଯୁବକ ହେଉଛନ୍ତି ଖୋର୍ଦ୍ଧା ଧଳାପଥର ଅଂଚଳର ସନ୍ତୋଷ ସାହୁ । ଯିଏ ଏକ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରି ଆତ୍ମନିର୍ଭର ହୋଇପାରିଛନ୍ତି । ତାଙ୍କ ଉଦ୍ୟୋଗରେ ୩ରୁ ୪ଜଣଙ୍କୁ ମଧ୍ୟ ସେ ରୋଜଗାର ଦେଇଛନ୍ତି । ବଜାରରେ ଖଲିପତ୍ରର ଚାହିଦା ରହିଥିବାରୁ ସେ ଖଲିପତ୍ର ମେସିନ ବସାଇ ଖଲି ପ୍ରସ୍ତୁତ କରୁଛନ୍ତି    । ଏବେ ଏହି ଖଲି ସ୍ଥାନୀୟ ଅଂଚଳ ସମେତ ଅନ୍ୟ ଜିଲ୍ଲାରେ ବିକ୍ରି କରାଯାଉଛି । ଯାହା ତାଙ୍କୁ ଭଲ ରୋଜଗାର ମଧ୍ୟ ଦେଉଛି ।

Advertisment

ସନ୍ତୋଷ ମାତ୍ର ଦେଢ଼ ଲକ୍ଷ ଟଙ୍କା ନିବେଶ କରି କଂଚାମାଲ ଆଣି ଆରମ୍ଭ କରିଥିଲେ ଏହି ଉଦ୍ୟୋଗ । ଏବେ ନିଜ ଅଂଚଳରେ ସେ ତାଙ୍କ ବ୍ୟବସାୟ ବଢ଼ାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଦୈନିକ ୬ରୁ ୭ଘଂଟା ସମୟ ଦେଇ ଖଲି ପ୍ରସ୍ତୁତ କରୁଛନ୍ତି ସନ୍ତୋଷ ।

ପୂର୍ବରୁ ସନ୍ତୋଷ କଟକରେ ରହି ବ୍ୟବସାୟ କରୁଥିଲେ । କରୋନା ମହାମାରୀ ସବୁକିଛି ଓଲଟପାଲଟ କରିଦେଇଥିଲା । ବ୍ୟବସାୟ ବନ୍ଦ ହେବା ଯୋଗୁଁ ଘରେ ବସି ରହିଥିଲେ ସାନ୍ତୋଷ । କିଛି ରୋଜଗାର କରିବା ଆଶାରେ ଧାର କରଜ କରି ଖଲି ପ୍ରୋସେସିଂ ୟୁନିଟ୍ ବସାଇଥିଲେ । ଯାହା ତାଙ୍କ ପରିବାର ପ୍ରତିପୋଷଣରେ ବେଶ ସହାୟକ ହୋଇପାରିଛି ।