କନକ ବ୍ୟୁରୋ: ବାଲେଶ୍ୱର ଭୋଗରାଇ ଅଞ୍ଚଳ ଏସଏଚଜି ମହିଳାଙ୍କ ନିଆରା ଉଦ୍ୟମ । ଶାଳ ପତ୍ର ପ୍ଲେଟ୍, ପେପର ପ୍ଲେଟ୍, ପେପର ଗିନା ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଉଛନ୍ତି ଏସଏଚଜି ମହିଳା । ଭୋଗରାଇ ବ୍ଲକ ଅନ୍ତର୍ଗତ ବେଲଦା ଗାଁର ୩୩ ଜଣ ମହିଳା ଏକାଠି ହୋଇ ଏଭଳି କାମକୁ ହାତକୁ ନେଇଛନ୍ତି । ମେସିନ୍ ସାହାଯ୍ୟ ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରି ସେମାନେ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି । ୫ ବର୍ଷ ତଳେ ଆରମ୍ଭ ହୋଇଥିବା ବେଳେ ଏହି ଗ୍ରୁପ୍ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଗ୍ରୁପ୍ ମାଧ୍ୟମରେ ୨ଲକ୍ଷ ୪ ହଜାର ଟଙ୍କା ନେଇ ମେସିନ୍ ସାହାଯ୍ୟରେ ଖଲି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ମହିଳା । ଆଉ ଜୀବନ ଜିଇବାର ମାଧ୍ୟମ ପାଲଟିଛି ଏହି ବ୍ୟବସାୟ ।
ଉତ୍ପାଦନ ଅନୁସାରେ ମହିଳାଙ୍କୁ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା ନଥିବାରୁ ସେମାନେ ଅଧିକ ରୋଜଗାର କରିବାରୁ ବଞ୍ଚିତ ହେଉଥିବା କହିଛନ୍ତି । ତେବେ ଉପଯୁକ୍ତ ବଜାର ବ୍ୟବସ୍ଥା ଏବଂ ଜିନିଷ ପ୍ରସ୍ତୁତି ପାଇଁ ସଠିକ୍ ତାଲିମ ମିଳିଲେ ମହିଳାମାନେ କମ୍ ସମୟରେ ଅଧିକ ରୋଜଗାର କରିପାରନ୍ତେ । ଦିନେ ଏହି ମହିଳା ମାନେ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ରହୁଥିଲେ । ଏବେ ଘର କାମ ସହ ଦୁଇ ପଇସା ରୋଜଗାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ପ୍ରଚେଷ୍ଟା ସେମାନଙ୍କୁ ସଫଳତାର ସ୍ୱାଦ ଚଖାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/vlcsnap-2023-11-12-21h05m34s132.jpg)