କନକ ବ୍ୟୁରୋ: ୨୦୦ ଫୁଟ ତଳକୁ ଖସିଲା ପେପର ବୋଝେଇ ଟ୍ରକ । ଖଲ୍ଲିକୋଟ ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ବଡଘାଟି ହରିଡାମୂଳ ଠାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଏବଂ ହେଲପର । ଟ୍ରକଟି ତେଲେଙ୍ଗାନାରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ବେଳେ ଟ୍ରକଟି ଦୁର୍ଘଟଣାର ଶିକାର ହୋଇଛି । ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ଜଣାପଡିନାହିଁ । କିନ୍ତୁ ଭାରସାମ୍ୟ ହରାଇ ପେପର ବୋଝେଇ ଟ୍ରକଟି ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି ।