କନକ ନ୍ୟୁଜର ମହାପ୍ରଭାବ: ଖବର ପ୍ରସାରଣ ପରେ ‘ବେବି’କୁ ମିଳିଲା ସରକାରୀ ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୩୦ ହଜାର ଟଙ୍କା, ଋଣ ପାଇଁ ବି ମିଳିଲା ପ୍ରତିଶ୍ରୁତି

ଜଳଖିଆ ଦୋକାନ କରି ବେବି ପାଇକ ଚଳାଉଥିଲେ ପରିବାର

374

କନକ ବ୍ୟୁରୋ: କନକ ନ୍ୟୁଜର ମହାପ୍ରଭାବ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ବେବି ପାଇକଙ୍କୁ ମିଳିଲା ପ୍ରଶାସନର ସହାୟତା । ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ବେବିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ପାପରାହାଣ୍ଡିର ମିଶନ ଶକ୍ତି ହଲ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବେବିଙ୍କୁ ଆର୍ଥିକ ସହାୟତା ଦେଇଥିଲେ ଜିଲ୍ଲାପାଳ ।

ଭବିଷ୍ୟତରେ ଋଣ ଆବଶ୍ୟକ ହେଲେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି । ଗତ ୨୦ ତାରିଖରେ କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା ବେବି ପାଇକଙ୍କ ସଂଘର୍ଷମୟ କାହାଣୀ । ବାପାଙ୍କ ଦେହାନ୍ତ ପରେ କିପରି ଏକ ଜଳଖିଆ ଦୋକାନ ଦେଇ ପରିବାରର ବୋଝ ଉଠାଇଥିଲେ ।

ସ୍ୱଳ୍ପ ଆୟରେ ପରିବାର ପ୍ରତିପୋଷଣ ସହ ନିଜ ଦୁଇ ଭଉଣୀଙ୍କୁ ବିବାହ ମଧ୍ୟ କରାଇଥିଲେ ବେବି । କନକ ନ୍ୟୁଜରେ ତାଙ୍କ ଏହି ସଂଘର୍ଷମୟ ଜୀବନର ଖବର ପ୍ରସାରଣ ପରେ ସହ ଯୋଗର ହାତ ବଢାଇଛି ପ୍ରଶାସନ ।