କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ନେଇ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖୁବ୍ ଶୀଘ୍ର ହେବ ପଞ୍ଚାୟତ ନିର୍ବାଚନ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ରାଜନୀତି ତେଜୁଥିବା ବେଳେ ଆଜି ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, ପଞ୍ଚାୟତ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ସରିଛି । ଖୁବ୍ ଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ଯାଉଛି । ଠିକ୍ ସମୟରେ ନିର୍ବାଚନ ହେବ । ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ଯେଉଁ ସବୁ ସମସ୍ୟା ରହିଥିଲା ସେସବୁକୁ ଦୂର କରି କିପରି ପୌର ନିର୍ବାଚନ ହୋଇ ପାରିବ ସେନେଇ ପ୍ରସ୍ତୁତି ଚାଲିଛି ।