ଆଜି ପଙ୍କୋଦ୍ଧରା ଏକାଦଶୀ : ଗୋଟାଏ ଦିନ ପାଇଁ ଭକ୍ତଙ୍କୁ ଦର୍ଶନ ଦେବେ ବାବା ଲୋକନାଥ

ଦିନକ ପରେ ପାଳିତ ହେବ ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା

185

କନକ ବ୍ୟୁରୋ : ଆଜି ହେଉଛି ପଙ୍କୋଦ୍ଧାରା ଏକାଦଶୀ । ଗୋଟାଏ ଦିନ ପରେ ପାଳିତ ହେବ ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା । ପଙ୍କୋଦ୍ଧାରା ଏକାଦଶୀରେ ବାବା ଲୋକନାଥଙ୍କ ଗମ୍ଭୀରାରୁ ପଙ୍କୋଧରା କାର୍ଯ୍ୟରେ ଶ୍ରଦ୍ଧାର ସହ ସାମିଲ ହୋଇଛନ୍ତିି ଅନେକ ଭକ୍ତ ।

ବର୍ଷସାରା ମହାପ୍ରଭୁ ଲୋକନାଥ ପାଣି ଭିତରେ ବୁଡ଼ି ରହିଥିବା ବେଳେ ଆଜି ଗୋଟିଏ ଦିନ ହିଁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସେଥିପାଇଁ ବର୍ଷେକାଳ ଗମ୍ଭୀରାରେ ପଡ଼ିଥିବା ଫୁଲ, ବେଲପତ୍ର, ଓ ପଙ୍କ ଆଦିକୁ ଜାଗର ପୂର୍ବ ଏକାଦଶୀ ଦିନ କଢ଼ା ଯାଇଥାଏ । ତେଣୁ ଏହି ଏକାଦଶୀକୁ ଭକ୍ତମାନେ ପଙ୍କୋଦ୍ଧାର ଏକାଦଶୀ ବୋଲି କହିଥାନ୍ତି ।

ଆଜି ରାତ୍ର ୨ଟାରୁ ବାବା ଲୋକନାଥଙ୍କ ନୀତି ଆରମ୍ଭ ହୋଇଥିବା ବେଳେ ୬ଟାରେ ପଙ୍କୋଦ୍ଧାର ଆରମ୍ଭ ହୋଇଥିଲା । ଗୁରୁବାର ଦିନ ଜାଗର ଯାତ୍ରା ପାଳିତ ହେବ । ଏହି ଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି କୋଭିଡ କଟକଣା ଭିତରେ ଭକ୍ତ କିଭଳି ଲୋକନାଥଙ୍କ ଦର୍ଶନ ପାଇବେ ଏନେଇ ପ୍ରଶାସନ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ନୀତି ନିଘଂଟ ଓ ବ୍ୟବସ୍ଥା କରାଯାଇଛି ।