କନକ ବ୍ୟୁରୋ: ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ପାଳିତ ହୋଇଛି । ଏହି ଅବସରରେ ଲୋକନାଥ ଦେବଙ୍କ ଗମ୍ଭିରାରୁ ବର୍ଷ ତମାମ ସଞ୍ଚିତ ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁଯାୟୀ କଢ଼ା ଯାଇଥିଲା ।

Advertisment

ଲୋକନାଥ ଦେବ ଗମ୍ଭୀରରେ ବର୍ଷ ତମାମ ପୁଷ୍ପ ନୈବେଦ୍ୟରେ ଲୁକ୍କାୟିତ ଥିବା ବେଳେ ଆଜିର ଦିନରେ ଭକ୍ତମାନେ ଆଜିର ଦିନରେ ପ୍ରଭୁଙ୍କ ସମ୍ପୂର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଛି । ତେବେ ବିଷ୍ଣୁଙ୍କ ଦିନରେ ଶୈବ ଉପାସନାର ଅନନ୍ୟ ପରମ୍ପରା । ପଙ୍କୋଧାର ଏକାଦଶୀ ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।