କନକ ବ୍ୟୁରୋ: ଆରପାରିରେ ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସ । ସୋମବାର ୭୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ପଙ୍କଜ ଉଧାସଙ୍କ ପରଲୋକ ନେଇ ତାଙ୍କ ଝିଅ ନାୟାବ ଉଧାସ ସୂଚନା ଦେଇଛନ୍ତି । ପଙ୍କଜଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅନେକ ଶ୍ରୋତା ସୋସିଆଲ୍ ମିଡିଆ ଜରିଆରେ ଶୋକ ପ୍ରକାଶ କରିଛନ୍ତି ।
ଗଜଲ ଦୁନିଆରେ ଜଣେ ଉଜ୍ଜଳମୟ ତାରକା ଥିଲେ ପଙ୍କଜ ଉଧାସ । ଆଜି ବି ଅନେକ କାର୍ଯ୍ୟକ୍ରମରେ ତାଙ୍କର ଗଜଲର ସ୍ୱର ଦେଖିବାକୁ ମିଳୁଥିଲା । ତେବେ ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା । ହେଲେ ଫେବ୍ରୁଆରୀ ୨୬ ତାରିଖ ସକାଳ ପ୍ରାୟ ୧୧ଟା ବେଳକୁ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଥିଲା ।
View this post on Instagram
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/22-27.jpg)