ପଙ୍କଜ୍ ମହାକୁଡ ଓ କବିତା ମହାକୁଡ ବିବାଦରେ ନୂଆ ଟ୍ୱିଷ୍ଟ: କବିତା ଓ ଝିଅଙ୍କ ସହ କରୁଛନ୍ତି ବାର୍ଥ ଡେ ସେଲିବ୍ରେସନ

138

ବାପାଙ୍କୁ ବଳିଯାଇଛନ୍ତି ପୁଅ । ସନାତନ ମହାକୁଡଙ୍କ ପୁଅ ପଙ୍କଜ୍ ମହାକୁଡ ଓ କବିତା ମହାକୁଡ ବିବାଦରେ ନୂଆ ଟ୍ୱିଷ୍ଟ । କନକ୍ ନ୍ୟୁଜ୍ ହାତରେ ଲାଗିଛି ପଙ୍କଜଙ୍କ ପ୍ରାଇଭେଟ୍ ପାର୍ଟିର ଏକ୍ସକ୍ଲୁସିଭ୍ ଫୁଟେଜ୍ । ପଙ୍କଜଙ୍କ ଭିଡିଓ ଟେପ୍ । ଏହି ଭିଡିଓ ଟେପ୍ ଦେଖିଲେ ପୁରା ଘଟଣାକ ବୁଝିହେବ । ପୁଲିସକୁ ଦେଇଥିବା ବୟାନରେ ପଙ୍କଜ କହିଥିଲେ , କବିତା ତାଙ୍କ ସ୍ତ୍ରୀ ନୁହେଁ, ଭାଉଜ ସମ୍ପର୍କୀୟ ହେବେ । ତାଙ୍କ ସହ ପଙ୍କଜଙ୍କ କୌଣସି ପ୍ରେମ ସମ୍ପର୍କ ମଧ୍ୟ ନାହିଁ  ବୋଲି ଏହି ଷ୍ଟେଟମେଂଟରେ ଦର୍ଶାଯାଇଛି । କିନ୍ତୁ ଆଜି ଯେଉଁ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି ତାହା ପୁରା ଘଟଣାକୁ ଏକ ନୁଆ ଟ୍ୱିଷ୍ଟ ଦେଇଛି ।