ଦିଲ୍ଲୀରେ ପୁରସ୍କାର, ପଲ୍ଲୀରେ ଫୁଲତୋଡା ! ଗାଁକୁ ଫେରିଲେ ସାହସୀ ପଙ୍କଜ

31

କନକ ବ୍ୟୁରୋ : ପଙ୍କଜ ମହାନ୍ତଙ୍କ ଦିଲ୍ଲୀରୁ ଘର ବାହୁଡା ପରେ କେନ୍ଦୁଝର କାଠ କରଂଜିଆ ଅଂଚଳରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଜାତୀୟ ସାହସିକତା ପୁରସ୍କାର ପାଇ ପଙ୍କଡ ଫେରିବା ବେଳେ ତାଙ୍କୁ ବିପୁଳ ସମ୍ବର୍ଧନା ଜ୍ଞାପନ କରାଯାଇଛି । ବିଭିନ୍ନ ବର୍ଗ ଲୋକ ଫୁଲତୋଡା ଦେଇ ପାଛୋଟି ନେଇଥିଲେ । ଏହା ସହ ଅଂଚଳବାସୀ ତାଙ୍କୁ ଏକ ଶୋଭାଯାତ୍ରାରେ ବୁଲାଇଥିଲେ । ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଥିବା ପଙ୍କଜଙ୍କୁ ଗତକାଲି ନବୀନ ସଚିବାଳୟରେ ପୁରସ୍କୃତ କରିଥିଲେ । ଏପରିିକି ପଙ୍କଜଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ସହ ଆର୍ଶିବାଦ ଦେଇଥିଲେ ନବୀନ ।

ଗତବର୍ଷ ମେ ମାସରେ ବୈତରଣୀ ନଦୀରେ ଗାଧୋଉଥିବା ସମୟରେ ୩ ଜଣ ମହିଲା ବୁଡିଯାଉଥିଲେ । ଏହି ସମୟରେ ପଙ୍କଜ ନିଜ ଜୀବନକୁ ବାଜି ଲଗାଇ ନଦୀରୁ ସେମାନଙ୍କୁ ଉଦ୍ଧାର କରିଥିଲା । ଯେଉଁଠି ପାଇଁ ତାଙ୍କୁ ଜାତୀୟ ସାହସିକତା ପୁରସ୍କାର ମିଳିଥିଲା ।