ତ୍ରାହି ପାଇବନି ତାଲିବାନ: ପଞ୍ଜଶିରର ଯୋଦ୍ଧା ଆରମ୍ଭ କଲେ ଗରିଲା ଯୁଦ୍ଧ

673

କନକ ବ୍ୟୁରୋ: ଗୋଟିଏ ପଟେ ତାଲିବାନ ପଞ୍ଜଶିର କ୍ଷେତ୍ର କବଜା କରୁଥିବାର ଦାବି କରୁଥିବା ବେଳେ ଆଉ ଗୋଟିଏ ପଟେ କିନ୍ତୁ ନର୍ଦ୍ଦନ ଆଲାୟନ୍ସ ଏହାକୁ ଖଣ୍ଡନ କରିଛି । ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରଉଲ୍ଲା ସାଲେହଙ୍କ କହିବାନୁସାରେ ନର୍ଦ୍ଦନ ଆଲାୟନ୍ସ୍ସ ଏବେ ବି ପାହାଡି ଅଞ୍ଚଳରେ ଯୁଦ୍ଧ ଜାରି ରଖିଛି ।
ସେହିପରି ନର୍ଦ୍ଦନ ଆଲାୟନ୍ସ୍ସ କହିଛି କି ଅମରଉଲ୍ଲା ସାଲେହ କାହାକୁ ଛାଡି କେଉଁଆଡେ ଯାଇ ନାହାନ୍ତି । ସେ ସୁରକ୍ଷିତ ସ୍ଥାନରେ ରହିଛନ୍ତି । ଆଉ ଯୁଦ୍ଧର ନେତୃତ୍ୱ ନେଉଛନ୍ତି । ସେହିପରି ନର୍ଦ୍ଦନ ଆଲାୟନ୍ସ୍ସର ପ୍ରମୁଖ ଅହମ୍ମଦ ମସୁଦ ଗତ ୩ଦିନ ହେବ ତାଜିକିସ୍ତାନରେ ରହିଛନ୍ତି ।

ତାଲିବାନ ପଞ୍ଜଶିର ଘାଟିରେ ପ୍ରବେଶ କରି କବଜା କରିଥିବା କଥା ଦାବି କରୁଛି । ସେହିପରି ଆଜି ପାକିସ୍ତାନ ପଞ୍ଜଶିର ଘାଟି ଭିତରେ ଡ୍ରୋନ ଆକ୍ରମଣ କରିଥିବା ସୂଚନା ମିଳିଛି ।