ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା । ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳରେ ଘରେ ପଶି ଟଙ୍କା ଓ ଅଳଙ୍କାର ନେଇ ଫେରାର ।

187

କନକ ବ୍ୟୁରୋ: ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା । ଆଉ ପୁରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳରେ ଗେଟ ଭିତରେ ଘରୁ ଟଙ୍କା, ରୂପା ଅଳଙ୍କାର ଓ ଆବଶ୍ୟକ କାଗଜପତ୍ର ନେଇ ଫେରାର ହୋଇଯାଇଛନ୍ତି ମହିଳାଜଣକ । ଏଠାରେ ରହୁଥିବା କୈଳାସ ଚନ୍ଦ୍ର ପଣ୍ଡାଙ୍କ ଘରେ ଏହି ଚୋରି ହୋଇଛି । ଏ ନେଇ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ତନାଘନା ଆରମ୍ଭ କରିଛି କମିଶନରେଟ ପୁଲିସ ।