କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ପୁଣି ଝାଡ଼ାବାନ୍ତି ଆତଙ୍କ । ଖାତିଗୁଡାରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢିଚାଲିଛି । ଆକ୍ରାନ୍ତମାନଙ୍କୁ ତେନ୍ତୁଳିଖୁଂଟି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଏବେ ସୁଦ୍ଧା ୧୧ ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ବହୁ ଶିଶୁ ରହିଛନ୍ତି । ଝାଡ଼ାବାନ୍ତି ବ୍ୟାପିବାର କାରଣ କଣ ରହିଛି ତାହା ଜଣାପଡ଼ିନଥିବା ବେଳେ ଦୂଷିତ ପାଣି ଯୋଗୁ ଏହିଭଳି ହେଉଥିବା କହିିଛନ୍ତି ଲୋକେ ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ୩ ଜଣିଆ ଟିମ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ଆକ୍ରାନ୍ତଙ୍କୁ ଭେଟିଛନ୍ତି । ତା ସହିତ ଲୋକେ ବ୍ୟବହାର କରୁଥିବା ପାଣିର ସାମ୍ପୁଲ ପରୀକ୍ଷା ପାଇଁ ନେବା ସହ ଯେଉଁ ଟ୍ୟାଙ୍କିରେ ପାଣି ଗଚ୍ଛିତ ରହୁଛି ତାହାବି ନିରୀକ୍ଷଣ କରିଥିଲେ । ନବରଙ୍ଗପୁର ସହ କିଛିଦିନ ବ୍ୟବଧାନରେ ନନ୍ଦାହାଣ୍ଡି ବ୍ଲକ ବି. ମାଳିଗୁଡା ଗାଁରେ ମଧ୍ୟ ୨୦ରୁ ଉର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏବେ ପୁଣି ନବରଙ୍ଗପୁର ଜିଲ୍ଲାରେ ଫେରିଛି ଝାଡାବାନ୍ତି । ତେବେ ପାଣିର ସାମ୍ପୁଲ ଟେଷ୍ଟ ରିପୋର୍ଟ ଆସିବା ପରେ ଝାଡ଼ାବାନ୍ତିରେ କାରଣ ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/tenuli-khunti.png)