ବଜ୍ରକାପ୍ତାର ହେଲା କରୋନା ପରୀକ୍ଷା : ମୟୂରଭଞ୍ଜ ଜିଲ୍ଲା ଗହୀରାପାଳ ଗାଁରେ ଘଟିଛି ଏଭଳି ଘଟଣା 

329

କନକ ବ୍ୟୁରୋ : ବଜ୍ରକାପ୍ତାର ହେଲା କରୋନା ପରୀକ୍ଷା । ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଗହୀରାପାଳ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ପୋଲିସର ଏକ ସ୍ପେସିଆଲ ସ୍କ୍ୱାଡ ଟିମ୍ ସିଙ୍ଗୁ ବାସ୍କେ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ୮ କେଜି ସଜନର ବଜ୍ରକାପ୍ତା ଉଦ୍ଧାର କରିବା ସହ ସିଙ୍ଗୁଙ୍କୁ ଗିରଫ କରିିଥିଲା ପୋଲିସ ।

ସିଙ୍ଗୁ କୋର୍ଟ ଚାଲଣ ହେବା ପୂର୍ବରୁ କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିଥିଲା । ଖାଲି ସିଙ୍ଗୁ ନୁହେଁ ତାର ପରିବାର ମଧ୍ୟ କିଛି ଲୋକ କରନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଯେହେତୁ ବଜ୍ରକାପ୍ତାଟି ଅଭିଯୁକ୍ତ ଘରେ ୨ ଦିନ ରହିଥିଲା ତେଣୁ ବଜ୍ରକାପ୍ତାର ମଧ୍ୟ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।