ଗ୍ରାହକଙ୍କ ବେଶରେ ଆସିଲେ, ବଜ୍ରକାପ୍ତା ଦଲାଲଙ୍କୁ ଧରିଲେ । ସୁବର୍ଣ୍ଣପୁରରେ ବଜ୍ରକାପ୍ତା ଚୋରାଚାଲାଣ ବେଳେ ଧରିଲା କ୍ରାଇମବ୍ରାଞ୍ଚର ଏସଟିଏଫ୍ । 

256

କନକ ବ୍ୟୁରୋ : କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ବଜ୍ରକାପ୍ତା ଗ୍ୟାଙ୍ଗ । ସୁବର୍ଣ୍ଣପୁର ଜିଲ୍ଲା ରାଜକୋଟରୁ ଗିରଫ ହେଲେ ୨ ଜଣ ବଜ୍ରକାପ୍ତା ଦଲାଲ  । ଦିନ ଦ୍ୱିପ୍ରହରରେ ବଜ୍ରକାପ୍ତା ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ଏସଟିଏଫ ଗ୍ରାହକ ବେଶରେ ଆସି ବେପାରୀଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ସୋମନାଥ ବାଗ୍ ଓ ମାର୍ସାଲାନ୍ ଭେଙ୍ଗରା । ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା, ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି । ବଜାରରେ ବଜ୍ରକାପ୍ତା ଲକ୍ଷାଧିକ ଟଙ୍କାର ବିକ୍ରି ହେଉଥିବାର ଦିନକୁ  ଦିନ ଏହାର ଚୋରାଚାଲାଣ ବଢିବାରେ ଲାଗିଛି ।

ଦୁଇ ବଜ୍ରକାପ୍ତା ଦଲାଲଙ୍କୁ ଆଜି ସୁବର୍ଣ୍ଣପୁର ଏସଡ଼ିଜେଏମ୍ କୋର୍ଟରେ ହାଜର କରାଯିବା ପରେ ଜେଲ ହାଜତକୁ ପଠାଯିବ । ଜୀବନ୍ତ ବଜ୍ରକାପ୍ତାକୁ ଜଙ୍ଗଲ ବନବିଭାଗ  କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ।