ପାଣ୍ଡୋରା ପେପର୍ସ : ସଚିନ ତେନ୍ଦୁଲକର, ସକିରା ଭଳି ନାମିଦାମି ବ୍ୟକ୍ତିଙ୍କ ନାଁ ରହିଛି

291

କନକ ବ୍ୟୁରୋ : ସୁନାମୀ ଆଣିଲା ପାଣ୍ଡୋରା ପେପର୍ସ । ବିଶ୍ୱର ହାଇପ୍ରୋଫାଇଲ ବ୍ୟକ୍ତିମାନେ ମୂଲ୍ୟବାନ ସମ୍ପତି ହାତେଇବା ପାଇଁ ବିପୁଳ ଟିକସ ଫାଙ୍କିଛନ୍ତି । ୧୯୯୬ରୁ ୨୦୨୦ ମଧ୍ୟରେ ଟ୍ୟାକ୍ସ ଠକେଇ ପାଇଁ ବେଆଇନ୍ ଅର୍ଥ କାରବାର ହୋଇଛି । ଏମାନଙ୍କ ମଧ୍ୟରେ ୩୩୦ ରାଜନେତା ଓ ୧୩୦ ଫୋବର୍ସ ବିଲିଓନାୟାର ଅଛନ୍ତି । ଅନ୍ତଜାତୀୟ ସଂସ୍ଥା ବିବିସି, ଦ ଗାର୍ଡିଆନ, ଭାରତର ଇଣ୍ଡିଆନ ଏକ୍ସପ୍ରେସ ସମେତ ବିଶ୍ୱର ୧୫୦ଟି ମିଡିଆ ସଂସ୍ଥା ଏହି ତଦନ୍ତ କରି ଏହି ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟ ବେଳେ ପାଖାପାଖି ୧୧.୩୩ ମିଲିୟନ ଅତି ଗୋପନୀୟ ଦସ୍ତାବିଜକୁ ନୀରିକ୍ଷଣ କରିଥିଲେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଦୁଇ ବର୍ଷ ତଳେ ପ୍ରାୟ ବର୍ଷେ ଧରି ଏହି ପ୍ରଘଟ ତଥ୍ୟକୁ ନେଇ ତନାଘନା ଚାଲିଥିଲା । ବଡ଼ ବଡ଼ ବ୍ୟବସାୟୀମାନେ ନଜି ଦେଶରେ ଆଇନର ଗଳାବାଟ ଦେଇ ଖସିଯିବାକୁ ଉଦ୍ୟମ କରୁଛନ୍ତି । ଟିକସ ଜାଲରୁ ମୁକୁଳିବା ପାଇଁ ଅନ୍ୟ ଦେଶର ସହାୟତା ନେଇଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ଏବେ ସ୍କାନରରେ ଅଛନ୍ତି । ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଇଛି ଯେ, ଶିଳ୍ପପତି ଅନିଲ ଆମ୍ବାନି ବ୍ରିଟେନ୍ କୋର୍ଟରେ ନିଜକୁ ଦେବାଳିଆ ବୋଲି ଘୋଷଣା କରିଥିଲେ । ବିଦେଶରେ ତାଙ୍କର ୧୮ଟି କମ୍ପାନୀ ରହିଛି । ଏଭଳି ବେଆଇନ୍ କାରବାରରେ ଅନେକ ସେଲିବ୍ରିଟି, ଡ୍ରଗ୍ସ ଡିଲର, ବିଚାରପତି, ରାଜକୀୟ ପରିବାର ସଦସ୍ୟ ଓ ଧର୍ମଗୁରୁ ରହିଛନ୍ତି । ପାଣ୍ଡୋରା ପେପର୍ସରେ ଜୋର୍ଡାନ କିଙ୍ଗଙ୍କ ସମେତ ୟୁକ୍ରେନ୍, କେନିଆ ଓ ଇକ୍ୱେଡର ରାଷ୍ଟ୍ରପତିଙ୍କ ଡିଲିଂ ସାମ୍ନାକୁ ଆସିଛି । ସେହିପରି ଚେକ୍ ରିପବ୍ଲିକର ପ୍ରଧାନମନ୍ତ୍ରୀ ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ନାଁ ମଧ୍ୟ ରହିଛି । ରୁଷିଆ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ପ୍ରଚାର ମନ୍ତ୍ରୀଙ୍କ ଆର୍ଥିକ କାରବାର ସମ୍ପର୍କିତ ଡାଟା ମଧ୍ୟ ରହିଛି । ଏଥିରୁ ଭାରତ, ରୁଷିଆ, ଆମେରିକା, ମେକ୍ସିକୋ ଏବଂ ଅନ୍ୟ ରାଷ୍ଟ୍ରଗୁଡ଼ିକର ୧୩୦ରୁ ଅଧିକ ବିଲିଓନେୟାରଙ୍କ ଭିତିରି କାରବାର ସମ୍ପର୍କରେ ଲେଖାଯାଇଛି ।

ପାଣ୍ଡୋରା ପୂର୍ବରୁ ୫ ବର୍ଷ ତଳେ ଅର୍ଥାତ ୨୦୧୬ରେ ପ୍ରଥମ ଥର ପାଇଁ ପାନାମା ପେପର୍ସ ଲିିକ୍ ହୋଇଥିଲା । ବଡ ବଡ ଲୋକ ଏବଂ କମ୍ପାନୀଙ୍କର ଟିକସ ଚୋରି ଏହି ପେପର୍ସ ଜରିଆରେ ସାମ୍ନାକୁ ଆସିଥିଲା । ସେଲ କମ୍ପାନୀ ବା ବେନାମୀ କମ୍ପାନୀ ଜରିଆରେ ଏହି ବେଆଇନ ନେଣ ଦେଣ କରି ଟିକସ ଚୋରି ହୁଏା ପାନାମାର କମ୍ପାନୀ ମୋସାକ ଫୋନସେକା ଏହି ବେଆଇନ କାରବାରକୁ ସହଯୋଗ କରୁଥିଲା । ଏହି ପାନାମା ପେପର ଲିକ ପାଇଁ ପାନାମା ଦେଶ ମଧ୍ୟ ବଦନାମ ହୋଇଛି ।

ପାନାମା ପରେ ଏହି ପାଣ୍ଡୋରା ରିପୋର୍ଟ ଆସିଛି । ଏହି ରିପୋର୍ଟ ଜରିଆରେ ବଡ ବଡ ଲୋକମାନେ କିଭଳି ବିଦେଶରେ ସମ୍ପତି ରଖିଛନ୍ତି ଏବଂ ଟ୍ରଷ୍ଟ ତିଆରି କରି କଳା ଟଂକାକୁ ଧଳା କରୁଛନ୍ତି ତାହା ଜଣାପଡିଛି ।
– କିଛି ଟ୍ରଷ୍ଟର ପଂଜିକରଣ ଏବଂ କାର୍ଯ୍ୟକାରିତା ଠିକ୍ ଥାଏ
– ଆଉ କିଛି ଟ୍ରଷ୍ଟ ପଛର ଲୋକ କିଏ ରହିଥାନ୍ତି ଜଣାପଡେନି
– ଟ୍ରଷ୍ଟର ତଥ୍ୟ ଠିକ୍ ଭାବରେ ମିଳେନାହିଁ
– ତେଣୁ ଟ୍ରଷ୍ଟର ଉଦ୍ଦେଶ୍ୟ ସନ୍ଦେହ ଘେରରେ ରହିଥାଏ
– ଏପରି ଟ୍ରଷ୍ଟ ତିଆରି କରି ସେହି ବ୍ୟକ୍ତି ଟିକସ ଚୋରି କରିଥାନ୍ତି
-ଏଥି ସହିତ ତଦନ୍ତକାରୀ ସଂସ୍ଥା ପାଖରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି
– କିନ୍ତୁ ଏହି ଟ୍ରଷ୍ଟ ଜରିଆରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ କରିଥାନ୍ତି ସଂପୃକ୍ତ ବ୍ୟକ୍ତି
– ଯେମିତି ବ୍ୟବସାୟୀ ଅନୀଲ ଅମ୍ବାନୀ କୋର୍ଟରେ ନିଜକୁ ଦେବାଳିଆ ଘୋଷଣା କରିଛନ୍ତି
– ପାଣ୍ଡୋରା ରିପୋର୍ଟରେ ଅନୀଲଙ୍କର ବିଦେଶରେ ରହିଛି ୧୩୦ କୋଟି ଡଲାର
– ପାଣ୍ଡୋରାରେ ସଚିନ ତେନ୍ଦୁଲକର, ସକିରା ଭଳି ନାମିଦାମି ବ୍ୟକ୍ତିଙ୍କ ନାଁ ରହିଛି
– ୨୦୧୬ରେ ପାନାମା ପେପର୍ସ ଲିକ ହୋଇଥିଲା
– ଏହାର ତିନି ମାସ ପରେ ସଚିନ ତେନ୍ଦୁଲକର ବ୍ରିଟେନ ଏବଂ ଆୟର୍ଲାଣ୍ଡରେ ଥିବା ସଂପତିକୁ ବିକ୍ରି କରିଥିଲେ